ରାତ୍ରି ର ଅନ୍ଧକାରେ...
ସମଗ୍ର ତାରା ମାନଙ୍କ ମେଳ ରେ
ଝଲସି ଉଠେ ତୁମର କୃଷ୍ଣବର୍ଣ୍ଣ ଆନନ,
ଚନ୍ଦ୍ରମାର ଶୀତଳତା ରେ ମୁଦ୍ରିତ ହୁଏ
ତୁମର ସେଇ ତେଜୀୟାନ ନୟନ
ନିଶଦ୍ଦ ରାତ୍ରି ରେ ଶୋଭା ପାଏ ଆଜି
ତୁମ ଆଭ୍ୟନ୍ତର ପ୍ରତିବିମ୍ବ
ସତେ ଅବା ତୁମେ
ନିଷ୍କପଟ ହୃଦୟେ କେତେ କଥା କହି ଦିଅ..
ସତ ରେ ତୁମେ ଆଜି ଭାରି ମନେ ପଡ଼!
ଦୀପ ଶିଖାର ସୁକ୍ଷ୍ମସ୍ପର୍ଶ ରେ
ତୁମ ପ୍ରତିଛବି ଦେଖେ
ସମ୍ଭାବନା ର ଶିଶିର ବିନ୍ଦୁରେ
ନିଜକୁ ହଜେଇ ଦିଏ..
ସତ ରେ ତୁମେ ଆଜି ଭାରି ମନେ ପଡ଼!
ହୃଦୟ ଆଜି ଭୁଲିବାକୁ ଅନୁମତି ଦିଏ
କିନ୍ତୁ ମନେ ପଡି ଯାଅ ତୁମେ
ତୁମ ପାଦ ତଳର ଦୁଇପାଦ ଭୂମି
ସାଜିଛି ମୋ ମଥାର ଚନ୍ଦନ ଟିକା
ଭୁଲିବାକୁ ଚାହିଁ ମଧ୍ୟ ଭୁଲି ହୁଏ ନାହିଁ
ତୁମେ ମୋ ହୃଦୟ ମନ୍ଦିରର ଦେବତା।।
ଯାଜ୍ଞସେନୀ ବେହେରା


0 Comments