ଜୀବନଟା ଏକ ଅଙ୍କା ବଙ୍କା ନଈ
ଏଇ ମରତ ଭୂଇଁରେ
କେବେ କୁସୁମିତ କେବେ କଣ୍ଟକିତ
ନିନ୍ଦା ଅପବାଦ ମିଳେ।।
ସତ ଧରମରେ ଚାଲୁଥିଲେ ନର
ବହୁ ଦୁଃଖ କଷ୍ଟ ପାଏ
ପରେ ଏହି ଦୁଃଖ ଚଲା ପଥେ ତାର
ପୁଷ୍ପ ରାଜି ଭରି ଦିଏ।।
ବହୁ ଦୁଃଖ କଷ୍ଟ ଜୀବନେ ଆସିବ
ଧୈର୍ଯ୍ୟ ହିଁ ସାହା ହୋଇବ
ହିଆ କୁ ପଥର କରିତ ପାରିଲେ
(ଦୁଃଖ) ପତ୍ର ପରି ଉଡିଯିବ।।
ଦୁଃଖରେ କାତର କାପୁରୁଷ ପଣ
ଅଧିର ହୋଇବା ନାହିଁ
ଜୀବନରେ ଦୁଃଖ ସୁଖ ଆସିଥାଏ
ଯେସନେ ଶଗଡ଼ ପହି।।
ଦୁଃଖ ଓ ସୁଖ କୁ ସମାନ ଯେ ମଣେ
ସେହି ସ୍ଥିତପ୍ରଜ୍ଞ ନର
ସେ ନର ସର୍ବଦା ଶ୍ୟାମ ସୁନ୍ଦର ଙ୍କ
ହୁଅଇ ନିକଟ ତର।।
ସନ୍ଧ୍ୟାରାଣୀ ହୋତା
ଡାବୁଗାଁ , ନବରଙ୍ଗପୁର


0 Comments