କିଏ କୁହେ ତାକୁ ଲାବଣ୍ଯବତୀ
ଆଉ କିଏ କୁହେ
ସହନଶୀଳତା ର
ଜୀବନ୍ତ ପ୍ରତିମୂର୍ତ୍ତି!
ପରିବର୍ତ୍ତନର ଝଡ ରେ
ଦ୍ରବି ;ଆଜି ସେ
ତା ଜୀବନ ଜୀଇଁବା
ଶିଖିଛି ରିତି ନୀତି।
ଦୁର୍ବଳ ନୁହଁଇ
ସେ ଦୁର୍ଗାରୂପୀ
ବିନାଶକର୍ତ୍ତା
ଅନ୍ଯାୟ,ଅଧର୍ମ ର।
ସର୍ବଦା ନିଜେ ଜଳି ଜଳି
ଜ୍ୱଳନ୍ତ ଛାପ ଛାଡିଦେ
ମନରେ ପୋତେ ବୀଜ,
ଅଙ୍କୁରୋଦ୍ କରେ
ହୋଇ ସେ ନିଜେ
ଦୃଷ୍ଟାନ୍ତରୂପୀ।
କେବେ ସେ ହୁଏ ପୀଡିତା
ପୁଣି କେବେ ସେ
ଅବଶୋଷିତା,ଉପେକ୍ଷିତା
ତ ପୁଣି କେବେ ସେ ହୁଏ
ସମଗ୍ର ବିଶ୍ୱ ବିଜୟୀ ର
ଅଧିକାରିଣୀ।
ଏଯାବତ୍ ରହିଛି ପ୍ରମାଣ
ଦୁସାଧ୍ଯ କାର୍ଯ୍ଯ କରିଣ
ସୃଷ୍ଟି କରିଛି ସେ
ଜ୍ୱଳନ୍ତ ଉଦାହରଣ।
ମାତ୍ର ଆଜି ବି ସେ ହୀନିମାନ
ହୁଏ ଅସମ୍ମାନ!
ଆଉ ଅସୁରକ୍ଷିତ ମଣେ ସର୍ବତ୍ର
ହୋଇ ବିଜୟ ପଥରେ ସସମାନ୍ନ
କିନ୍ତୁ ଆଜି ବି ସେ ପରାଧିନ।
ଶୁଭ୍ରା ସନ୍ତୋଷୀ ଗୌଡ
ରହିତ୍ କଲୋନୀ, ରାୟଗଡା


0 Comments