ସିଏ ସେ ନୁହେଁ!ଆଉ ମୁଁ! ମୁଁ ହୋଇ ରୁହେ ନାତା' ଭିତରେ ମୁଁ ଖୋଜେ ଘଡ଼ିସନ୍ଧି ମୁହୂର୍ତ୍ତ।।
କାହିଁକି କେଜାଣିତା ଛଳ ଆଖିରେ ଦେଖିପାରେ ମୁଁସେ ଦେଖାଉଥିବାତା' କାଣିଚାଏ ଆସୁମାରୀ ହୃଦୟ ରଉଚ୍ଛେଦ କାନ ଭାସକୁ।।
ଆଉ ସେ ଦେଖାଏନଇ ପଠାରେ ତା'କୁନି ପାଦ ମରୀଚିକାସବୁ ବିଦୁରିତ।।
ସେ ଆଜି ନିସ୍ତାର,ନିରୁପାୟମୁଁ ବିଳାସ ଭୂମିରେସେଜ ପରାକୁକୁମ ଭର୍ତ୍ତି ସିଜୁ,ସପ୍ତଫେଣୀଙ୍କର ଅହରହଝଡ଼ ଆଉ ଝଞ୍ଜା।।
ସେ ମହମ ଗୁନ୍ଥା ସଳିତାମୁଁ ତରଳିଥିବା ତପ୍ତ ପାଣିସେ ମୃଦୁ ଆଘାତର ମଳୟ ଆଉ ମୁଁବସନ୍ତର କର୍କଶ ତୃଷ୍ଣା।।
ଦେଖ!ସେ ଏବେ ମତେ କିଛି ମାଗିବା ପୂର୍ବରୁମତେ ପ୍ରଗାଢ଼ ନଜରରେଦେଖି ଚମକି ପଡ଼ିନିଜେ ନିଜେ ଦେଖୁଛି
ହୃଦୟର ସ୍ପନ୍ଦନଭିତରେ ଛୁକ୍ ଛୁକ୍ଗୋପନୀୟତା ଖାଲିସେ ଆଉ ମୁଁ।।
ଦେବେନ୍ଦ୍ର ସେଠୀ
ବଡ଼ରମ୍ପାସ,ହାଟଡିହୀ
କେନ୍ଦୁଝର।।
୭୦୭୭୫୪୭୯୭୨


0 Comments