ଆସିବି ବୋଲି ତୁମେ କେତେ ଖୁସି ଥିଲ
ଜନମିଲି ଯେବେ ଧରା ପୃଷ୍ଠରେ
ମୋତେ କୋଳେଇ ନେଲ,
ସେଦିନ ନିରୀହ ଢଳ ଢଳ ଆଖି ମୋର ପାରୁନଥିଲା ବୁଝି
କାହାକୁ ପାଇ ତୁମେ ଯାଇଥିଲ ହଜି।
ଯାଏ ଯେବେ ଝୁଣ୍ଟି କହି ପଦେ ଆଃ
ଲୁହ ପୋଛି ଦିଅ ଯେବେ କାନ୍ଦେ ଛାଡି ରାହା
ହାତ ଧରି ତୁମ ଶିଖିଲି ମୁଁ ଚାଲି
ଅଝଟ କଲେ ଦେଉଥିଲ ମାଡ ଗାଳି,
ଗାଳି ରେ ଥିଲା କେତେ ଯେ ସ୍ନେହ ଆଦର
ଭଗବାନଙ୍କ ପାଶେ ଯୋଡୁଛି କର
ସବୁ ଜନ୍ମେ ସାଥେ ଥାଅ ବାପା ହୋଇ ମୋର।
ଚିନ୍ମୟୀ ସାହୁ
ଘସିପୁରା, ଆନନ୍ଦପୁର,
କେନ୍ଦୁଝର, ୭୫୮୦୧୫
୯୫୮୩୨୭୨୭୪୭୯୬୫୮୬୯୦୩୬୦


0 Comments