ଭକ୍ତକବିଙ୍କ ମାନସ ସନ୍ତାନ
ଅଟେ ମଧୁ ବର୍ଣ୍ଣବୋଧ,
ଓଡ଼ିଆ ଭାଷା ରେ ସ୍ଵତନ୍ତ୍ର ସ୍ଥାନ
ଦୂରେ ଭାଷା ଅବବୋଧ lll
ବର୍ଣ୍ଣେ ବର୍ଣ୍ଣମାଳା ଯୁକ୍ତାକ୍ଷର ବୋଳା
ସହଜ ଓଡ଼ିଆ ପ୍ରୀତି,
ଛାତ୍ର ଛାତ୍ରୀ ଙ୍କର ପ୍ରଥମ ପସନ୍ଦ
ପ୍ରାଥମିକତା ପ୍ରସ୍ତୁତି lll
ପ୍ରାଥମିକ ସ୍ତରେ ସମ୍ପୂର୍ଣ୍ଣ ଏକ
ପ୍ରାରମ୍ଭିକ ପୁସ୍ତକ,
କୋଟି ଶିକ୍ଷାର୍ଥୀଙ୍କ ହୃଦୟରେ ବସି
ଦେଖାଏ ଜ୍ଞାନ ଆଲୋକ lll
ଓଡ଼ିଆ ଭାଷାରେ ପାରଙ୍ଗମ ପାଇଁ
ପଢ଼ ସଦା ବର୍ଣ୍ଣବୋଧ
ଭାଷାରେ ବାଗ୍ମୀତା ପ୍ରୟୋଜନୀୟ
ଶାଣିତ କାର ଶବଦ lll
ପଣିକିଆ ସାଥେ ସ୍ତବ ସ୍ତୋତ୍ର ମିଶି
ବର୍ଦ୍ଧିତ ଯା କଳେବର,
ପଢାଘରଠାରୁ ଗ୍ରନ୍ଥାଗାର ଯାଏ
ରହିଛି ତାର ଆଦର lll
ଅଶୋକ କୁମାର ପ୍ରଧାନ
ତର୍କାବେଡା, ଢେଙ୍କାନାଳ


0 Comments