ବର୍ଣ୍ଣର ସମ୍ଭାରେ ଛବି ପସରାରେ
ପୃଷ୍ଠା ତୁମ ଭରପୁର
ଉପର ମଲାଟେ ଜଗି ବସିଅଛି
ଏକ ଧବଳ ମାର୍ଜାର ।
ଛବିଳ ମଧୁ ବର୍ଣ୍ଣବୋଧ ନାମେ
ସାରା ଓଡ଼ିଶାରେ ଖ୍ୟାତ
ଶିଶୁ ମାନଙ୍କର ଅମୂଲ୍ୟ ରତନ
ସତେ ସ୍ଵର୍ଗ ପାରିଜାତ ।
ମାତ୍ରା,ଯୁକ୍ତାକ୍ଷର,ବାରମାସ ନାମ
ପଣକିଆ ଦିଗସୂଚୀ
ମହାପୁରୁଷଙ୍କ ସଂକ୍ଷିପ୍ତ ଜୀବନୀ
ପ୍ରାର୍ଥନା ପୃଷ୍ଠା ମଣ୍ଡିଛି ।
ଇଂରାଜୀ ଆଉ ହିନ୍ଦୀ ବର୍ଣ୍ଣମାଳା,
ପିଲାଙ୍କର ମନ ଜାଣି
ବର୍ଣ୍ଣବୋଧରେ ଖୁନ୍ଦି ଦେଇଛନ୍ତି
କେତେ ସୁମଧୁର ବାଣୀ ।
କୁନି ପୁସ୍ତକରେ ଲେଖି ଯାଇଛନ୍ତି
କେତେ ଯେ ମହତ କଥା
ଶିଶୁଙ୍କର ପ୍ରିୟ ଭକ୍ତକବି ଆମ
ବର୍ଣ୍ଣବୋଧର ପ୍ରଣେତା ।
ରୋହିତ ସେଠୀ
ଖଜୁରୀପଡା, କନ୍ଧମାଳ


0 Comments