ଓଡ଼ିଆ ଶିଶୁଙ୍କ ପୁସ୍ତକ ମଧ୍ୟରେ
ବର୍ଣ୍ଣବୋଧ ଟି ପ୍ରଧାନ,
ଅଠର ଶହରେ ପ୍ରକାଶନ ହେଲା
ଭକ୍ତ କବିଙ୍କର ଦାନ ।
ଓଡ଼ିଶାର ଶିଶୁ ଓଡ଼ିଆ ଅକ୍ଷର
ସହଜେ କଲେ ଶିକ୍ଷଣ,
ବର୍ଣ୍ଣମାଳା ମାତ୍ରା ଯୁକ୍ତାକ୍ଷର ଆଦି
ପ୍ରଥମ ସ୍ତର ସାଧନ ।
ଅକ୍ଷର ଚିହ୍ନିବା ଶବ୍ଦ ସଜାଡ଼ିବା
ମନେ ରହିଲା ସହଜେ,
ଶବ୍ଦ ସାଥେ ଛବି ମନକୁ ମୋହିଲା
ହେଲେ ପାରଙ୍ଗମ ସେଯେ ।
ଓଡ଼ିଆ କୁ ଛାଡି ଇଂରାଜୀ ଓ ହିନ୍ଦୀ
ବର୍ଣ୍ଣମାଳା ଅଛି ତହିଁ,
ଶେଷରେ ପ୍ରାର୍ଥନା ପଣିକିଆ ଖଞ୍ଜା
ବର୍ଣ୍ଣବୋଧ ଭଳି କାହିଁ ।
ଘରେ ଘରେ ପୁରେ ଆଦର ସଭିଙ୍କ
ଅଟଇ ସେ ବର୍ଣ୍ଣବୋଧ,
ବାଲ୍ଯ ଠାରୁ ବୃଦ୍ଧ ସଭିଏଁ ଶିଖନ୍ତି
ନାହିଁ କିଛି ଅବରୋଧ ।
ଯୋଗେଶ୍ୱର ଗହୀର,
କେସିଙ୍ଗା, କଳାହାଣ୍ଡି
ମୋ - 8249405395


0 Comments