ବର୍ଣ୍ଣବୋଧ - ରଞ୍ଜନ କୁମାର ମହାନ୍ତି





ଭକ୍ତକବିଙ୍କର ଅମଳିନ କୀର୍ତ୍ତି 

ଓଡ଼ିଆ ଭାଷାର ଅକ୍ଷୟ ସୌଧ... 

ବର୍ଣ୍ଣ ବର୍ଣ୍ଣାଳିରେ ଶିଶୁ ମହଲରେ 

ଅତି ପରିଚିତ ତୁ ବର୍ଣ୍ଣବୋଧ... 

ଶିକ୍ଷା ଜ୍ଞାନରେ ସମୃଦ୍ଧ...

ଆଦ୍ୟ ଗୁରୁ ହୋଇ ସଭିଙ୍କୁ ଶିଖାଉ 

ହେଉ ଶିଶୁ ହେଉ ବୃଦ୍ଧ...


ଗୁରୁଜନେ ଭକ୍ତି କର୍ମେ ଅନୁରକ୍ତି 

କେତେଯେ ମହତ ବାଣୀ... 

ଫଳା ଠାରୁ ମାତ୍ରା ଭାଷାରେ ବିଚିତ୍ରା 

ଓଡ଼ିଆର ମଥା ମଣି... 

ପଇସା ନେବଟି ଗଣି... 

ସ୍ୱାସ୍ଥ୍ୟର ନିୟମ ବତାଇ କହୁ ତୁ 

ପାଣିକୁ ପିଇବା ଛାଣି... 


ପଣିକିଆ ଠାରୁ ନୀତିଶିକ୍ଷା ଯାଏ 

ଜୀବନର ରୂପରେଖ... 

ପ୍ରଭାତ ଠାରୁ ଯେ ସନ୍ଧ୍ୟାର ବର୍ଣ୍ଣନା 

କି ସୁନ୍ଦର ଆହା ଦେଖ... 

ଯୁକ୍ତାକ୍ଷର ଯେତେ ଶିଖ...

ବିବିଧ ପାଠର ମିଶ୍ରଣ ସିଏତ 

ଜ୍ଞାନର ପୂର୍ଣ୍ଣ ଆଲୋକ... 


ବଦଳି ଯାଇଛି ବର୍ଣ୍ଣବୋଧ ଆଜି ଭରିଛି ଅସଂଖ୍ୟ ତ୍ରୁଟି... 

ଇଂରାଜୀ ଭାଷାର ଅହେତୁକ ମୋହ 

ବର୍ଣ୍ଣବୋଧ ହେଲା ମାଟି... 

ତ ଥାପି ଯାଇନି ହଟି... 

କଅଁଳ ଓଠର ଚକା ଭଉଁରୀ ଯେ 

ଦେଇଛି ସ୍ନେହର ଗଣ୍ଠି... 


ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 

ମୋ --8658574845

Post a Comment

0 Comments