ବର୍ଣ୍ଣବୋଧ - ରଶ୍ମିତା ଦାସ



ଅ ଠାରୁ କ୍ଷ ପର୍ଯ୍ୟନ୍ତ ଭାବନାର ବୋଧ

ପରିକଳ୍ପିତ କରେ ସେ ଯେ 

ବର୍ଣ୍ଣବୋଧ


ହୃଦୟର କେଉଁ ଏକ ଅନ୍ତର

କୋଣର ଆବେଗ

ସେ ନିର୍ବିଘ୍ଣ ରେ ପ୍ରକାଶିତ ପ୍ରଭାବ


ଉତ୍ପନ୍ନ କରେ ଭାଷାର ବିକାଶରେ

ବିକଶିତ କରେ ଜ୍ଞାନର ଭଣ୍ଡାର

 ଦୂର କରେ ଅଜ୍ଞାନତା ସମାଜର


ତ୍ୟାଗ ନ କରିବା ନିଜର ଅଭିଜ୍ଞତା

ଆମର ବିଶ୍ୱାସ ଆଉ ପବିତ୍ରତା



ଆତ୍ମ୍ ବିଶ୍ଵାସରବର୍ଣ୍ଣବୋଧକୁ

ପାରିକଳ୍ପିତ କରି ବଞ୍ଚିବାକୁ ହେବ

ସକାରାତ୍ମକ ଚିନ୍ତନ କରି

ସାଉଁଟିି ନିଜର ଅନୁଭୂତିର ପ୍ରଭାବ


ରଶ୍ମିତା ଦାସ 

ଭଗାରାମ, ଆଗରପଡା, ଭଦ୍ରକ 


Post a Comment

0 Comments