ବର୍ଣ୍ଣବୋଧ - ବାସନ୍ତୀ ଲତା ଜେନା


  


ମାଘ ମାସ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ 

ପୁରୀ ଧାମେ ପଥୁରିଆ  ସାହିରେ ଜନମି, 

ପିତା ଭାଗି ରଥି ଆଉ ମାତା ଯେ ଅମ୍ବିକା 

ଜନ୍ମିଲେ କୂଳ ନନ୍ଦନ ହେଲେ ଦୀପ ଶିଖା      ll 


ମଧୁସୂଦନ ବୋଲି ତାଙ୍କ ନାମ ରଖିଲେ 

ଭାଷା ସାହିତ୍ୟରେ ସେତ ଉଜ୍ଜ୍ଵଳ ହୋଇଲେ, 

ଓଡ଼ିଆ ଭାଷା ସହିତ୍ୟେ ଉଦବୋଧ ହୋଇଲେ 

ଚବିଶି ପୁସ୍ତକ ଲେଖି ଗ୍ରନ୍ଥlବଳି କଲେ  ll 


ଶିଶୁ ଗୀତ ବର୍ଣ୍ଣବୋଧ ବାଳ ବୋଧ ସାଥେ 

ବର୍ଣ୍ଣବୋଧ ଘରେ ଘରେ ହୁଏ ପରିଚିତେ, 

ବର୍ଣ୍ଣବୋଧ ଏ ଜାତିକୁ କରିଛି ଶିକ୍ଷିତ 

ବର୍ଣ୍ଣବୋଧ ପଢି ଲୋକ ହୁଅନ୍ତି ମାର୍ଜିତ    ll 


ଶବ୍ଦ ଜ୍ଞାନ ଯୁକ୍ତାକ୍ଷର ସେହି ଠାରୁ ମିଳେ 

ବର୍ଣ୍ଣବୋଧ ଅଧ୍ୟୟନ ଆନନ୍ଦ ଯେ ମିଳେ, 

ଓଡ଼ିଆ ବର୍ଣ୍ଣ ମାଳାର ଅଛି ଯେ ଅକ୍ଷର 

ଅକ୍ଷରକୁ ନେଇ ଗଢl ଶବ୍ଦର ଭଣ୍ଡାର ll 


ଚିତ୍ର ବିଚିତ୍ର ଅଟଇ ବର୍ଣ୍ଣ ବୋଧ ବହି 

ଖଣ୍ଡ ବାକ୍ୟ ପୂରା ବାକ୍ୟ ସବୁ ଲେଖା ରହି, 

ସ୍ୱର ବର୍ଣ୍ଣ ବ୍ୟଞ୍ଜନର ବର୍ଣ୍ଣ ସୃଷ୍ଟି କରି 

ଫଳା ମାତ୍ରା ଯେତେସବୁ ଦେଲେ ତହୁଁ ଭରି    ll 


ବିବିଧ ପାଠ ସାଥିରେ ସୁନ୍ଦର କବିତା  କବିତା 

ଗଣନାକୁ ଶିକ୍ଷା କରି ହୋଇବ ବିଜେତା , 

ମଧୁସୂଦନ ରାଓଙ୍କ ମଧୁବର୍ଣ୍ଣବୋଧ 

ଶିଶୁ ଜ୍ଞାନ ପାଇଁ ନିଶ୍ଚେ ହୁଅଇ ସୁବୋଧ   ll 



ବାସନ୍ତୀ ଲତା ଜେନା, 

ଗାନ୍ଧୀନଗର, ନବରଙ୍ଗପୁର  

Post a Comment

0 Comments