ଭିଜା ଶ୍ରାବଣ - ମାନସ କୁମାର ପାଢ଼ୀ


ଶ୍ରାବଣ ବର୍ଷାରେ ଭିଜି ପ୍ରିୟା ମୋର 

ଦେହେ  ଅଣଚାଶ ବହେ ,

ତା ପ୍ରେମ ବର୍ଷା ରେ ଭିଜିବା ପାଇଁକି 

ଇଚ୍ଛା ମୋର ହେଉଥାଏ   ।।

ଦୂର ପରବତ ଜହ୍ନ ସେ ମୋ ପାଇଁ

 ସପନ ଭରା ତା ଆଖି ,

ସେ ଆଖିରେ ଥରେ ମୋ ଆଖି ମିଶିବ 

ଶ୍ରାବଣ କୁ କରି ସାଷୀ     ।।

ଶ୍ରାବଣ ରେ ଭିଜି ତା ସାଥିରେ ମଜି

        ରଚିବି ପ୍ରେମର ନୀଡ

ଗାଉଥିବି ନିତି ପ୍ରେମ ଚଉପଦୀ 

      ବହିଲେ ବି ଯେତେ ଝଡ  ।।

ପ୍ରେମରେ ଜୀଇଁବି ପ୍ରେମରେ ମରିବି

 ଶ୍ରାବଣେ ଶ୍ରାବଣୀ ପାଇଁ 

ରହିବି ଅନାଇ ଫେରିବା ପଥ ତା 

ସବୁରି ଜନମ ପାଇଁ    ।।

ସଚ୍ଚା ପ୍ରେମିକ ଟେ ହୋଇ 

ଶ୍ରାବଣ ବର୍ଷା କି 

        ପଉଷର ଶୀତ 

         ଅବା ଗ୍ରୀଷମ ର ତାତି 

ପ୍ରେମ ତ ମୋହର ଥିଲା ରହିଥିବ

      ତା ପାଇଁ କି ସଦା 

       ହେବ ନାହିଁ ତାର ଇତି  

 କେବେ ହେବ ନାହିଁ ତାର ଇତି   ।।

         

ମାନସ କୁମାର ପାଢ଼ୀ 

ଈଶ୍ବରପୁର,ଇରମ, ଭଦ୍ରକ 


Post a Comment

0 Comments