ଭିଜା ଶ୍ରାବଣ - କଳ୍ପନା ରାୟ


ଭିଜା ଶ୍ରାବଣଟା ଭାରୀ ଅମାନିଆ

ଭିଜି ଭିଜି ଖୋଜେ ପ୍ରିୟା ପଣତ

ଆଷାଢରେ ଭିଜି ମାଟି ଠିଆ ଠିଆ

ଶ୍ରାଵଣରେ ଚାଲୁ ଚାଲୁ ପ୍ରିୟା ପଡେତ


ଧାରା ଶ୍ରାବଣଟା ଭାରୀ ଅମାନିଆ

ସବୁବେଳେ ଚାଲେ ଵଉଦ ଧରି

ଇନ୍ଦ୍ରଧନୁ ଦିଶେ କି ସୁନ୍ଦର ଆହା

ଚାଷୀ ତଳି ରୋଉ ରୋଉ ଦେଖେ ତା ଶିରି


ବୋଲ୍ ବମ୍ ଭକ୍ତ କେଡେ ଅମାନିଆ

ମାନନ୍ତିନି ସିଏ ଶ୍ରାବଣର ଧାରା 

ଏବର୍ଷ ମହାମାରୀ ଯୋଗୁଁ ହେଲା କଟକଣା

ମନମାରୀ ବସିଲେ ଵୋଲ୍ ବମ୍ ବାବା


ଶ୍ରାବଣରେ ହୁଏ ଧମାଧମ୍ ପାଠପଢା

ଛତା, ବର୍ଷାତି ପୁଣି କେତେ ଭଳି କି ଭଳି

ଵର୍ଷାତି କୋର୍ଟକୁ ମହାମାରୀ କଟକଣା

ସ୍କୁଲ ବନ୍ଦ ହୋଇ ପାଠରେ ଡୋରି


ଭିଜା ଶ୍ରାବଣଟା ଖୋଜୁଛି ପ୍ରିୟାକୁ

ପ୍ରିୟା ଆଜି ଅଛି ସଟ୍ ଡାଉନ୍ କବ୍ଜାରେ

ଜହ୍ନ ପୁଣି ଖୋଜେ ପ୍ରେମୀ ଯୁଗଳଙ୍କୁ

ଅମାନିଆ ପାଣି ସୁଅ ଯାଏ ରାସ୍ତାରେ


ବର୍ଷା ପାଣି ମଜ୍ଜା ନେଇ ହେଉ ନାହିଁ

ସଟ୍ ଡାଉନ୍, ଲକ୍ ଡାଉନ ହୋଇଛି ଵେଡି

ପିଲାଠୁ ବୁଢା ହୁଅନ୍ତି ସବୁ ଚିଡିଚିଡି

କୃଷ୍ଣକୁ ଭାବି ରାଧିକା ଅଶ୍ରୁ କଲା ଯମୁନା ପାଣି


କଳ୍ପନା ରାୟ

ସହକାରୀ ଶିକ୍ଷୟିତ୍ରୀ,

ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର  ।

Post a Comment

0 Comments