ଭିଜା ଶ୍ରାବଣ - ଯୋଗେଶ୍ୱର ଗହୀର

 

ସେ ଦିନର ବରଷା କିନ୍ତୁ ଥିଲା 

ସବୁ ଦିନ ଠାରୁ ଅଲଗା,

କାହିଁକି କେଜାଣି ମନ ଲାଗୁଥାଏ

ଭାରି ଅଡୁଆ ଅଡୁଆ।


ପ୍ରତିଦିନ ପରି ହାତେ ଥାଏ

ତାର ସେହି ସ୍ମୃତି ସାଉଁଟା ଛତା,.... 

ପବନର ବେଗ ସହ ତାଳ ଦେଇ

ବରଷୁ ଥାଏ ତୁହାକୁ ତୁହା

ଶୂନ୍ ଶାନ୍ ସେହି ରାସ୍ତା ।


ମନରେ ଅନେକ ଉଦ୍ଦୀପନା ଭରି

ଆଗେଇ ଚାଲିଥିଲା ପାଦ

ପ୍ରିୟତମା ସହ ହେବ ଦେଖା,.... 

ନିତ୍ୟ ସଞ୍ଜ ପରି ଆଜି ମଧ୍ଯ

ତା ଥିରି ଥିରି ପାଦରେ ଚାଲି 

ଆସୁଥିବ ଏକା ଏକା । 


ରାତି ବଢିବା ସହ ବର୍ଷାର ରୂପ ମଧ୍ଯ 

ହେଉଥାଏ ଅତି ଭୟଙ୍କର,.... 

ଏତେ ସମୟ ତ ନିଏ ନି ସେ 

କାହିଁକି ବା ଆଜି ଡେରି 

ଭାବେ ନ ହେଇଥାଉ କିଛି ଅଘଟଣ ତାର । 


ଶେଷରେ ଅନ୍ତ ହେଲା ଅପେକ୍ଷାର.... 

କମି କମି ଆସୁଥାଏ 

ଦୁହିଁଙ୍କ ଭିତରେ ଦୂରତା 

ନିଜକୁ ସମ୍ଭାଳି ନ ପାରି 

ଲୀନ ହେଲା ଯାଇ ବାହୁରେ ତାର । 


କିନ୍ତୁ ଏ କଅଣ !....... 

ଆଜି କାହିଁକି ଥିଲା ସେ ଏତେ ଶାନ୍ତ ଶିଥିଳ

ପୂର୍ବପରି ନଥିଲା ମଧୁର ମିଳନ.... 

ସତେକି କ୍ଷଣିକରେ ଉଡେଇ ନେଇଥିଲା 

ସବୁକିଛି ଏ ବିକଟାଳ ଶ୍ରାବଣ । 


 ଚୁପ୍ ଚାପ୍ ଥିଲା ମୁହଁ ଛଳ ଛଳ ଆଖି 

କୋହ ମିଶା ରୁଦ୍ଧ କଣ୍ଠରେ 

କହିଥିଲା ଭୁଲି ଯିବାକୁ ସବୁଦିନ ପାଇଁ....

ଜଳ ଜଳ କରି ଚାହିଁ ଥିଲି ତା ମୁହଁକୁ 

ଶେଷ ଥର ମନ ଭରି ଦେଖି ନେବି ମୁହିଁ । 


ଚାଲିଗଲା ଆଖି ଅଗଣାରୁ ମୋର 

ହାତେ ମୋର ଥୋଇ 

ଦର ଭିଜା ହାତ ଲେଖା ଶେଷ ଚିଠି..... 

ଅବାକ୍ ହେଇ ଚାହିଁଲି ତା ବାଟକୁ 

ଲାଗିଲା ଯେମିତି ଖସି ଗଲା କି 

ପାଦ ତଳୁ ମାଟି। 


ଯୋଗେଶ୍ୱର ଗହୀର, 

ଗ୍ରା /ପୋ - ସିର୍ଜାପାଲି 

କେସିଙ୍ଗା, କଲାହାଣ୍ଡି

Post a Comment

0 Comments