ଝିପି ଝିପି ବରଷାରେ ଇଚ୍ଛା ହୁଏ ଭିଜିବାକୁ
ଯେବେ ଶ୍ରାବଣ ପାଦ ଥାପେ ଧରାଧାମ କୁ ।
ଭଲ ପାଏ ମୁଁ ଶ୍ରାବଣର ଏ ଛିଟା ବରଷାକୁ
ତେଣୁ ପାରେନା ଆଲିଙ୍ଗନ ଆଉ କାହାକୁ ।
ଭିଜା ଶ୍ରାବଣରେ ପୁଣି ପ୍ରିୟା ଥିଲେ ସାଥିରେ
ପ୍ରେମର ନିଆଁ ଜଳି ଉଠେ ଏ ସାରା ଦେହରେ ।
ବିଲବାଡ଼ି , ଜମି ,ଚାରିଆଡେ ବରଷେ ପାଣି
କୃଷକ ତେଣୁ ଶ୍ରାବଣ ପାଶେ ହୁଅଇ ରୁଣୀ ।
ଯଦି ଶ୍ରାବଣ ଏଇ ଧରା ଧାମେ ବରଷି ବନି
ପୃଥିବୀ ହେଇ ଯିବ ଏକ ରଙ୍ଗହୀନ ମରୁଭୂମି ।
ସୂର୍ଯ୍ୟର ଉତ୍ତପ୍ତ ଶୀତଳ ହୁଏ ଶ୍ରାବଣ ବର୍ଷିଲେ
ପରିବେଶ ଖୁସି ହୁଅଇ ଶ୍ରାବଣ ତୁମେ ଆସିଲେ ।
ନାଲି ଟୁକୁଟୁକୁ ସାଧବ ବୋହୂ ବି ସଜେଇ ହୁଏ
ଟିକି ପିଲାଟିଏ ବି କାଗଜ ଡଙ୍ଗାର ମଜା ନିଏ ।
ଚାରିଆଡେ ବେଙ୍ଗବେଙ୍ଗୁଲୀର କେଁ କଟର ରୋଡି
ସୋମବାର ବାଟରେ ପୁଣି ଦିଶେ ବୋଲେବମ୍ ଧାଡ଼ି ।
ଆକାଶରେ ଖେଳେ ପୁଣି ସାତ ରଙ୍ଗୀ ଇନ୍ଦ୍ରଧନୁ
ଦେଖି ଖୁସିରେ ନାଚି ଉଠଇ ସଭିଙ୍କର ତନୁ ।
ମନ କିଣି ନିଏ ପୁଣି ସୁନ୍ଦର ଦୂର ପାହାଡ ବନ
ଖେଳେ ପୁଣି ଆକାଶେ ଶ୍ରାବଣର ପୁନେଇ ଜହ୍ନ ।
ନାମ:- ହରିଶ୍ଚନ୍ଦ୍ର ହେମ୍ବ୍ରମ୍
ସା:- ଡିଙ୍ଗିରା ,ପୋ:- ବର୍ତ୍ତନା
ଭାୟା :- ବେତନଟୀ ,


0 Comments