ଭିଜା ଶ୍ରାବଣର ପହିଲି ବରଷା
ମାଟିକୁ ଯାଇଛି ଛୁଇଁ
ଟୋପା ଟୋପା ବରଷା ବୁନ୍ଦାରେ
ପଙ୍କେ ଫୁଟି ଉଠିଛି କଇଁ ।।
ଶ୍ରାବଣ ବରଷା ମୂଷଳ ଧାରାରେ
ଚାଷ କ୍ଷେତ ଯାଇଛି ପୁରି
ଚଷା ପୁଅ ତଳା ତଳି ରୋଇଦେଇ
ତା ମନ ଖୁସିରେ ଯାଇଛି ଭରି ।।
ମୂଷଳ ଧାରକୁ ଖାତିରି ନ କରି
କାଉଁଡିଆ ଭାଇ କାନ୍ଧେ
ବାଉଙ୍ଗୀ ଧରି
ବୋଲ୍ ବମ୍ ନମଃ ଶିବାୟ ଗାଇ
ତର ତର ହୋଇ ଯାଉଛି ଧାଇଁ ।।
ଶ୍ରାବଣ ମାସରେ ଗେଣ୍ଡା କୁଚିଆଙ୍କୁ
ଚିତଉ ଚକୁଳି ଦେଇ
ଚଷା ପୁଅ ହାତ ଯୋଡ଼ି
ପ୍ରାର୍ଥନା କରଇ
ତାର ପରିବାର ସୁସ୍ଥ ରହିବା ପାଇଁ ।।
ଶ୍ରାବଣର ଝଡି ମାରେ ଘଡ଼ଘଡ଼ି
ବିଜୁଳି ଚମକେ ଚଉଦିଗ ପୂରି
ସାରୁ ବୁଦା ମୂଳୁ ବେଙ୍ଗ ବେଙ୍ଗୁଲି
ଛାଡୁଛନ୍ତି କଟର କେଁ ରଡ଼ି ।।
ଶ୍ରାବଣର ଛିଟା ମନେ
ପକାଇ ଦେଇଛି
ପୁରୁଣା ଦିନର ସ୍ମୃତି
ପିଲା ଦିନେ ଗାଁ ଦାଣ୍ଡରେ
କାଗଜ ନଉକା
କାଚକଉଡ଼ି ବାଟି
ଖପରା କାତି ।।
ଶ୍ରାବଣ ମାସରେ ଲତା ଗହଳରେ
ହଳଦୀ ରଙ୍ଗର ଜହ୍ନି କାକୁଡି ଫୁଲ
ବାଡି ବଗିଚାରେ ଫୁଟି ଉଠିଛି
ନାଲି ଧଳା ହଳଦୀ ବାଦୁଲି ଫୁଲ ।।
ଆମ ପ୍ରେମର ପହିଲି ଦିନରେ
ଭିଯିଥିଲୁ ଦୁହେଁ ଆମେ
ଭିଜା ଶ୍ରାବଣରେ ।।
ସେ ଶ୍ରାବଣ ସତେ ଆଜି
ମୋ ପାଇଁ ଯାଇଛି ହଜି
ସ୍ମୃତି ହୋଇ ମନ ହୃଦୟ ରାଇଜେ
ରହିଛି ଲୁଚି ।।
ପୁରୁଣା ଦିନର ସ୍ମୃତି କୁ ନେଇ
ଲୁହ ଭିଜା ଶ୍ରାବଣରେ ଆଖି
ଆଜି ଯାଉଛି ଭିଜି
ଏ ଅମାନିଆ ମନ ଖୋଜେ
ବାର ବାର
ସେ ପୁରୁଣା ଦିନ ସବୁ
ଆସନ୍ତା କି ଫେରି ।।
ମନସ୍ଵିନୀ ମିଶ୍ର
ସିକୋ , ରାଜକନିକା , କେନ୍ଦ୍ରାପଡ଼ା


0 Comments