ଭିଜା ଶ୍ରାବଣର ରାତି
ଭରିଦିଏ ଦେହେ ପେରମ ପିରତି
କେଡେ ମଧୁ ଅନୁଭୂତି ॥
ଭିଜା ଶ୍ରାବଣର ସ୍ମୃତି
ଭୁଲି ହୁଏ ନାହିଁ ସେଇ ଅନୁଭୂତି
ପୁଲକିତ ହୁଏ ଛାତି ॥
ଭିଜା ଶ୍ରାବଣରେ ପ୍ରିୟା
ମନେପଡ ତୁମେ ଅଛ ବହୁ ଦୂରେ
ଆତଙ୍କିତ ହୁଏ ହିୟା ॥
ଭିଜା ଶ୍ରାବଣ ପ୍ରକୃତି
ଦିଶେ କେଡେ ରମ୍ଯ କେଡେ ପ୍ରୀତିକର
ମୋହିପାରେ ଆମ ମତି ॥
ଶରତ ଚନ୍ଦ୍ର ମହାନ୍ତ
କେମ୍ପସଡା, କେନ୍ଦୁଝର


0 Comments