ହେ ଶ୍ରାବଣ ,
ତୁମେ ଆଜି ଭିଜୁଛ
ଖୁସିର ଉର୍ଲାଷରେ
ନୁଆ ଉନ୍ମାଦନା ରେ
ହେଲେ ମୁଁ ଆଜି ଭିଜେ
ମୋ ଅତୀତର ସ୍ମୁର୍ତି ରେ
ବର୍ତମାନ ର କର୍ତବ୍ୟ ରେ
ଆଃଉ ଭବିଷ୍ୟତ ର ଦ୍ୱାହିରେ
କାହିଁକି ବା ଖୁସି ନ ହେବ
ଦୀର୍ଘ ଛ ମାସର ପ୍ରତୀକ୍ଷା ଘଟାଇ ତୁମେ ଜେ ଆସିଛ
ତୁମର ଅଧିକାର କୁ ସାବ୍ୟସ୍ତ କରିବା
ପାଈଁ,ଜଣେଇ ଦେଵା ପାଇଂ
ତମ ସମ୍ପର୍କ ଯୁଗ ଯୁଗାତିତ
ଠିକ୍ ଝଡର ଇଗଲ ଓଃ
ଧରଣୀ ର କୃଷ୍ଣସାର ପରି
ତୁମେ ଆଜି ଅବଧାରିତ,ଅବିଶ୍ରାନ୍ତ
ତୁମେ ଆଜି ଭିଜୁଛ
ଆଃଉ ମୁଁ ବି
ହେଲେ ଫରକ ଏତିକି
ତୁମେ ଭିଜାଉଛ ପୃଥିବୀର
ଏଇ ଶୁଷ୍କ ଉଦରକୁ
ଆଃଉ ମୁଁ ଭିଜାଉଛି ମୋର
ଶୁଷ୍କ ଜର୍ଜରିତ ଓଠ କୁ
ହେଲେ ଶ୍ରାବଣ ର ଭିଜା ରେ ନୁହେଁ
ମୋ ଆଖି ଭିଜା ଲୁହ ରେ
ଶ୍ରାବଣ ର ସମ୍ପର୍କ ପୃଥିବୀ ସହ
ଲୁହ ର ସଂପର୍କ ଓଠ ସହ
ଦୁଇ ଜଣ ଜାକ ପି ଯାନ୍ତି ସିନା ହେଲେ ପ୍ରତିବାଦ କରନ୍ତି ନାହିଂ
ଅବଶୋଚନା ନାହିଁ
ତୁମେ ଆଜି ଭିଜୁଛ ବିନା ଦ୍ୱିଧାରେ
ବିନା ସର୍ତ ରେ,
ହେଲେ ମୁଁ ଆଜି ଭିଜୁଛି
ଆଖିର ଲୁହରେ
ସେ ଝରୁଛି ଆଃଉ ଝରୁଛି
ଆଃଉ ଝରିବ ମଧ୍ୟ
ଅତୀତ ବର୍ତମାନ ଆଃଉ ଭବିଷ୍ୟତର
ଚେନାଏ ସ୍ମୁର୍ତି ନେଇ
ଯେତେ ମନେଇଲେ ବି ମାନୁ ନାହିଂ
ଅମାନିଅ ମନଟା,
ଅବଧାରିତ ହୋଇ ଭିଜି ଚାଲୁଛି ସେ
ବୋଲ ମାନୁ ନାହିଂ
କହିଲେ କହୁଛି
ଶ୍ରାବଣ ଆସିଛି ମତେ,
ଭିଜାଇବା ପାଈଁ
ଜ୍ୟୋସ୍ନା ରାଣୀ ସାହୁ
ପୁରି ,ନିମାପଡା


0 Comments