ଭିଜା ଶ୍ରାବଣ - ରାମ ଚନ୍ଦ୍ର ପ୍ରଧାନ

 

ଭିଜା ଶ୍ରାବଣରେ  ଭିଜିବାକୁ ଆଜି 

     ଇଚ୍ଛା ହେଉଅଛି ଭାରି 

କେଜାଣି କାହିଁକି  ସେ ଅତୀତ ସ୍ମୃତି 

     ମନେ ମୋ ହୁଅଇ ଘାରି। 

ତୁମ ପାଗଳାମି  ମନେ ମୋ ପଡୁଛି 

    ବର୍ଷାରେ ଯେବେ ମୁଁ ଭିଜେ 

ପ୍ରଥମ ପ୍ରେମକୁ  ଭୁଲି ପାରୁନାହିଁ 

     ଏବେ ବି ତୁମକୁ ଖୋଜେ। 

ଗୋଟେ ଛତା ତଳେ  ତୁମ ସାଥେ ମୁହିଁ 

       ବସିଥିଲି ପାଖାପାଖି   

ବର୍ଷାର ଛିଟାରେ  ଥରୁଥିଲା ଦେହ 

    ଲାଜରେ ତୁମକୁ ଦେଖି ।

ପାଶୋରି ପାରୁନି  ସେଇ ଭିଜା ସ୍ମୃତି 

       ଶ୍ରାବଣର ବର୍ଷା ଧାରେ 

ଏବେ ବି ଅବୁଝା  ସେ ଶ୍ରାବଣ ରାତି

     ମୋ ଦେହେ କମ୍ପନ ଭରେ। 

ମତୁଆଲା ମନ  ଆନମନା ହୁଏ 

    ଶ୍ରାବଣୀ ଗୋ ତୁମ ପାଇଁ 

ମନ ଚାହୁଁଥାଏ  ଆସନ୍ତ କି' ଥରେ 

     ଭିଜା ପଣତରେ ଛୁଇଁ। 


ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ 

ସାନ୍ତରାପଲ୍ଲୀ, ଗଞ୍ଜାମ 

Post a Comment

0 Comments