ଭିଜା ଶ୍ରାବଣ - ଜଗନ୍ନାଥ ମେହେର୍


ଟିପି ଟିପି ସେହି ଶ୍ରାବଣର ବର୍ଷା

ଧରଣୀ କୁ ଭିଜାଇ ଯାଏ

କଞ୍ଚା କାଦୁଆରେ ଭରା ରାସ୍ତା 

ପାଦ ଚିନ୍ହ ବୋଲି ହୁଏ ।।


ଆସରାଏ ପାଣି ଆସି ଭିଜାଏ ଦେହ

ବହେ ସୁଲୁ ସୁଲୁ ପବନ

ଧରାଣୀର ସେହି ମଧୁର ବାସ୍ନା

ମହକି ଉଠେ ଜୀବନ ।।


ପ୍ରିୟାର ସେହି ଭିଜା ଗୋରା ଦେହ 

ମନ ଲାଖି ଚାଲି ତାର 

ଓଦା ଓଢଣୀରୁ ତାର ଝରି ପଡେ 

ହୋଇ ପାଣି ଧାର ।।


କଲା ବାଦଲର ତଳେ ନାଚେ 

ବିଛିନ୍ନ ହୋଇ ମୟୁର 

ତାଳ ସହ ତାଳ ମିଶଇଲା ପରି 

ଗର୍ଜନ ପଡେ ମେଘର ।।


ଛିଟା ଛିଟା ସେହି ଶ୍ରାବଣର ବର୍ଷା 

ଭରିଯାଏ ନଇ ନାଳ 

ଚାଷୀ ଭାଇ ମନେ ଭରି ଯାଏ ଖୁସି 

ବିଲରେ କରେ ସେ ହଲ ।। 


ଆକାଶ ଦିଶଇ ନୀଳ ଧବଳ

ଇନ୍ଦ୍ର ଧନୁ ସାତ ରଙ୍ଗର

ସବୁଜ ଦିଶଇ ଧରଣୀ ମାତା 

ଆଣି ଦିଏ ଖୁସି ଅପାର ।। 


ଜଗନ୍ନାଥ ମେହେର 

କେଉଟେନବାହାଲି ,ପଦ୍ମପୁର , ବରଗଡ

Post a Comment

0 Comments