ଭିଜା ଶ୍ରାବଣ - କୁମ୍ ମୁନ ବାରିକ



ନିଦାଘର ତାତି ଅପସରିଗଲା

ସରିଲା ପ୍ରଚଣ୍ଡ ଟାଣ ଖରା

ଝିପିଝିପି ବରଷା ଛିଟାରେ

ପୁଲକିତ ହେଲା ଧରା

କାହିଁକି ନା  ଶ୍ରାବଣ ଆସିଲା.....


ଶ୍ରାବଣ ଆସିଛି ଭିଯାଇବା ପାଇଁ

ଭିଜିଲା ଧରଣୀ ମାଆ

ଓଦା ମାଟିର ବାସ୍ନା ମୋହିତ କରାଏ

ଥୁଣ୍ଟା ବୃକ୍ଷେ ଜୀବନ ସଂଚାରେ

କାହିଁକି ନା ଶ୍ରାବଣ ଆସିଲା....


ଚାଷୀଭାଇ ମନ ଆନନ୍ଦେ ବିଭୋର

ଚାଷକାର୍ଯ୍ୟ ଆରମ୍ଭ କରିବ

ସବୁଜରଙ୍ଗର ଶାଢ଼ୀ ପିନ୍ଧି

ପବନେ ଢଳି ଢଳି ନଚିଉଠିବ କ୍ଷେତ

କାହିଁକି ନା ଶ୍ରାବଣ ଆସିଲା....


ନଈ ନାଳ ଆଉ    ଗାଡିଆ ପୋଖରୀ

          ପୁଣି ପୁରିଉଠିବ

ବେଙ୍ଗଲୀ ନାନୀର    କେଏ କଟର

             ଶବଦ ଶୁଣିବା

ଝରିପୋକ ପୁଣି   ଏଣେତେଣେ

            ଉଡି ବୁଲିବେ

କାହିଁକି ନା ଶ୍ରାବଣ ଆସିଲା.....


ନାନା ରଙ୍ଗ ବେରଙ୍ଗର ଫୁଲ

      ବାଡି ବଗିଚାରେ 

ଖିଲିଖିଲୀ ହୋଇ ହସିବ

ଗଗନେ କଳା ମେଘ ଦେଖି

ପୁଣି ମୟୂର ନାଚିବ

କାହିଁକି ନା ଶ୍ରାବଣ ଆସିଲା.....


ନାଲି ଟୁକୁଟୁକୁ ସାଧବ ବୋହୁ

ଲାଜେଇ ସବୁଜ ଘାସରେ ଚାଲିବ  

ହାତ ତିଆରି କାଗଜର ଡଙ୍ଗା ଭାସିବ

ବର୍ଷା ଛାଡିଗଲେ ଆକାଶ ବୁକୁରେ

ଇନ୍ଦ୍ରଧନୁ ପୁଣି ଦିଶିବ

କାହିଁକି ନା ଶ୍ରାବଣ ଆସିଲା.......


ରଜ ପରବରେ ପୋଡପିଠା ଖାଇ

ଆନନ୍ଦେ ଦୋଳିରେ ଝୁଲିବା

ରଥଯାତ୍ରା ରାକ୍ଷୀ ପୂର୍ଣ୍ଣିମା

ଚିତାଲାଗି ଠାରୁ ଗଣେଶ ପୂଜା ଯାଏ

ସବୁ ପର୍ବ ଆମେ ପାଳିବା

କାହିଁକି ନା ଶ୍ରାବଣ ଆସିଲା.....


ପ୍ରଥମ ପ୍ରେମର ପହିଲି ଦେଖାରେ

ଭିଯୁଥିଲେ ଆମେ ହୁଂହେ

ଏକ ହୋଇ ଛତାତଳେ 

ଭିଜା ଶ୍ରାବଣ ରେ...

ଶ୍ରାବଣ ଅଛି ତୁମେ ନାଂହ ଆଜି

ସ୍ମୃତି ହୋଇ ରହିଯାଇଛ

ହୃଦୟ ମନ୍ଦିରେ.... 

ଭିଜା ଶ୍ରାବଣ ଭିଯାଇ ଦେଇଗଲା

ଆଖିର ଲୁହରେ  .. 

 ମନେପଡେ ଆଜି

 ଅତୀତର ପୃଷ୍ଠା ସବୁ

କାହିଁକି ନା ଶ୍ରାବଣ ଆସିଲା...


କୁନ୍ ମୁନ୍ ବାରିକ,

ବାଲିକୁଦା, ଜଗତସିଂହପୁର

Post a Comment

0 Comments