ଭିଜା ଶ୍ରାବଣ - ରଞ୍ଜନ କୁମାର ମହାନ୍ତି



ନିର୍ଜୀଵ ମାଟିରେ ଜୀବନ ପରଶେ 

ଜୀବିକାରେ ଗୀତ ଗାଇ...

ଭିଜା ଶ୍ରାବଣ ତୋ ଶୀହରିତ ଶବ୍ଦ 

ଆସେ କେତେ ସ୍ମୃତି ନେଇ... 

କେବେ ତନୁ ମନ ଛୁଇଁ... 

କେବେ ଭିଜାଉ ତୁ ପ୍ରିୟାର ଓଢଣୀ 

ଆଶାର ଅସରା ହୋଇ... 



ସପ୍ତ ରଙ୍ଗେ ସ୍ବପ୍ନ ଇନ୍ଦ୍ରଧନୁ ହସେ 

ମନ ଆକାଶର ଦେହେ...

କେବେ ପୁଣି ସେତ ବୀରହ ସଙ୍ଗୀତ 

ଆଖି ପତାକୁ ଭିଜାଏ... 

ତୁମ ଠାରୁ ଭଲ କିଏ... 

ପୁରୁଣା ଉକ୍ତିରେ ପୁନରାବୃତ୍ତିରେ 

ଗୋଟିଏ ସାନ୍ତ୍ୱନା ଦିଏ... 


ଭିଜା ଶ୍ରାବଣ ତୁ ସର୍ବଦା ସୁନ୍ଦର 

ସଭିଙ୍କର ଅତି ପ୍ରିୟ...

କାହାର ଭିଜାଉ ମନ ପ୍ରାଣ ତୁହି 

କାହାର ଭିଜାଉ ଦେହ... 

ତୁ ପୁଣି କାହାର ନୁହଁ...

ନିୟତି ମେଘରେ କର୍ମ ବିଜୁଳୀରେ 

ଦେଖାଉ ନିରୀହ ମୁହଁ... 


ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 


Post a Comment

0 Comments