ତୁମେ ମଜା ନେଇଛ
ଚାଳ ରୁ ଟପଟପ
ଝରିଥିବ ବର୍ଷା ବୁନ୍ଦା
ଆଉ ଲମ୍ବା ହାତକୁ ଭିଜେଇଛ କି .....?
ବର୍ଷା ଯେବେ ଆସେ
ମୁଁ ଗୋଟାପଣ ବତୁରିଯାଏ ତା ଛୁଆଁ ରେ ।
ଭିଜା ମାଟିର ମିଠା ମହକ
ମୋ ମନକୁ ଆନମନା କରେ।
ପୁଣି ମନେପଡେ ସ୍କୁଲଦିନ
ବର୍ଷା ପାଣିରେ ଭିଜି ଭିଜି
ଡ଼ଙ୍ଗା ଭସେଇବା ...।
ଏଇ ଋତୁରେ ଧରଣୀ ନୀଳ
ରଙ୍ଗର ଶାଢୀ ପିନ୍ଦି ଚମତ୍କାର ଲାଗେ।
ତା ଉପରେ ନାଲି ନlଲି
ସାଧବବୋହୁ ଚାଲିଗଲେ
ଲାଗେ ତା ନାଲି ଚୁଡ଼ି ପରି।
ମୟୂର ବି ବର୍ଷା ପଡିଲେ
ଛମଛମ ନାଚେ ହେଇ ଆନନ୍ଦ ବିଭୋର।
ଏଇ ଭିଜା ମାଟି ମହକ ଯେବେ ଛୁଟି ଆସେ ।
ମୋ ପ୍ରିୟାର ହାତର
ଗରମ ଚା
ତା ହସର ମହକ ବି ଭାସିଉଠେ।
ସାରା ପରିବେଶ ଗୋଲାପୀ ଗୋଲାପୀ ହେଇଯାଏ।
ରୀତା ଅପରାଜିତା ମହାନ୍ତି
ପ୍ଲଟ -ନ-୮୩(ସି),ଆମ୍ରପଲ୍ଲୀ ,ଭୁବନେଶ୍ବର- ୨୧


0 Comments