ନୀଳ ଆକାଶରେ ତୁମ
କଳା ବାଦଲର ଚାଦର ଦେଖି,
ନାଚି ଉଠେ ତନୁମନ
ଅଵୁଝା ଶ୍ରାଵଣ ଝରେ ଯେଵେ
ଝରଝର
ଆନମନା ହୋଇଯାଏ ମନ
ଅଜାଣତରେ କାହିଁ ଦୁଷ୍ଟାମିକୁ
କରିଦିଏ ଵରଣ।
ଝରକା ସେପାଖେ ହାତ
ପାପୁଲିରେ
ଯେଵେ ତୁମ ସହ ଖେଳିଉଠେ
ହଜିଯିବା ସ୍ବପ୍ନ କୁ ମନେ ପକାଇ
ଆଖି ଭିଜି ଯାଏ ତୁମ ଶ୍ରାଵଣର
ଧାରାରେ
ଅଜାଣତରେ କାହିଁ ଭିଜି ଉଠେ,
ତୁମ ଏଇ ଧାର ଧାର ବର୍ଷାର
ଛିଟାରେ ।
ଭିଜା ଶ୍ରାଵଣ ରେ ଭିଜିଗଲା
ପରେ
ମୋ ନୀରିହ ସ୍ମୃତି ସଵୁ ମନେ
ପଡି ଯାଏ
ଜମାଟ ବାନ୍ଧିଥିବା କୋହ କୁରୁଳି
ଉଠେ
ତଥାପି ଏ ଶ୍ରାଵଣର ଛିଟା
ଵିଭୋର କରେ
ତା ରୂପ ଲାବଣ୍ୟକୁ ସାଥି କରି
ଚାତକର ପ୍ରେମଟିଏ ହୋଇ ବଞ୍ଚି
ଥାଏ ।
ଯେମିତି ମୟୂରୀ ଟି ଥାଏ ତୁମ
ଅପେକ୍ଷାରେ
ମୁଁ ଵି ଠିକ ସେମିତି ଥାଏ ତୁମ
ଦର୍ଶନ ରେ
ତୁମ ହିଁ ତ ସାଥି, ତୁମେ ହିଁ ମୋ
ଵିରହୀ ଆଖିର ଲୁହକୁ ଲୁଚାଇ
ବାକୁ ସମର୍ଥ
ତୁମେ ଆସିଲେ ଅପ୍ରମିତ ଆଶା
ମୋ
ଗାଇ ଉଠେ ଆଶାଵରୀର ରାଗ
ରାଗିଣୀ ର ସ୍ବର ।
ହେ ଶ୍ରାଵଣ ତୁମେ ଆସିଲେ
ଭିଜେ ସାରା ପୁର ପଲ୍ଲୀଠୁ
ସହର
ଆସନ୍ନ ପ୍ରସଵା ଧରଣୀ ମା'ର
କୋଳେ
ଖେଳିଯାଏ ସଵୁଜ ବିପ୍ଳଵ
ପ୍ରାଣଶୂନ୍ୟ ତରୁଲତା ହସିଉଠେ,
ବୃକ୍ଷରାଜି ମାନ ହୋଇଯାଏ
ନବୀନ ପୁଲ୍ଲକିତ ।
ଭିଜା ଶ୍ରାଵଣ ଭିଜାଇ ଦିଏ
ନଦୀ ଠୁ ସାଗର
ଦିଗହଜା ନଦ ନଦୀକୁ ମିଶାଏ
ସାଗର ଵୁକୁରେ
ଏ ଶ୍ରାଵଣ କେଵେ ହଜାଏ,
କେଵେ କନ୍ଦାଏ
ଛାତି ତଳ ଯନ୍ତ୍ରଣା କୁ କେଵେ
ଜଳାଏ
ପୁଣି କେଵେ ତୁମ ସ୍ପର୍ଶରେ
ଶୀତଳତା ଆଣିଦିଏ
ଦୂର ହୁଏ ଅଶ୍ରୁଶିକ୍ତ ହୃଦୟର
କ୍ଲେଶ।
ଶ୍ରାଵଣ ଭିଜାରେ ଅନ୍ତର ତଳ
ତୃପ୍ତି ହୁଏ ସଵୁ ଆଭାଷ
ତୁମେ ଯେ ନିଦାଘର ଉପଚାର
ତୁମ ପ୍ରିତି ସ୍ପର୍ଶ ସତେ ଆଣି
ଦିଏ ପୁଲକ
ତୁମେ ଯେ ଵୀରହି ର ପ୍ରାଣ
ସ୍ପନ୍ଦନ
ତୁମେ ସାଥି ଚିର ସହଚର।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା


0 Comments