ଟୁପୁରୁ ଟୁପୁରୁ ଝରି ବରଷା
ଭିଜା ଶ୍ରାବଣର ଝରି ବରଷା
ବରଷୁଥିସି ହରମେଶା
ବରଷି ଯାଏସି ଚାରହିଖୁତି
ଭିଜି ଯାଏସି ଘରଦୁଆର
ଭିଜି ଯାଏସି ମନ।।
ସୁରତା ଲାଗେ
ଛୁଆଦିନର ଅଭୁଲା ସ୍ମୃତି
ରଫ୍ ଖାତା ଚିରିଫାରି
କାଗଜଡଙ୍ଗା ଉହୁଲେଇ
ଗାଁଖୁଲି ପାଏନ ଧାରେ
ଭିଜି ଭିଜି ମନକେ ମନ।।
ରାଏତ ଅଁଧରିଆ
ଖଟତଲେ ବେଙ୍ଗରଡ଼ି
ମୁଡ଼ ଉପରେ ଘଡ଼ଘଡ଼ି
ଗଲି ପଡ଼ବା ବୋଲି ଆକାଶ
ମାଁର ପଣତକାନି ଢ଼ାପି
ଲୁକି ଯାଏସି ସେଠାନ।।
ଖାଁକ ପିଟି ପିଟି
ଭିଜା ଶ୍ରାବଣଥି
ଘାଏଁ ଘାଏଁ ରଝୋରଝୋ
ଗଦେଇ ହେସି କରା
ଭିଜି ଟୁଟି ମେଲା ଦୁଆରେ
ଖାଏସିଁ ମନକେ ମନ।।
ଦେବେନ୍ଦ୍ର କୁମାର ନାଏକ
ତରଭା ଜିଲ୍ଲା : ସୁବର୍ଣ୍ଣପୁର


0 Comments