ଭିଜା ଶ୍ରାବଣ ର ପହିଲି ସ୍ପର୍ଶରେ ରେ
ମନେ ପଡେ ଆଜି ପୁରୁଣା ସ୍ମୃତି
ଭିଜିବାକୁ ଆଜି ଭଲ ଲାଗେନା
ତୁମେ ପରା ନାହଁ ସାଥି
ଝିପିଝିପି ଏଇ ବର୍ଷାରେ
ମନେ ପଡ଼ି ଯାଏ ସେଇ ସ୍ମୃତି
ତୁମ ସହ ବିତେଇ ଥିବା
ଖୋଲା ଆକାଶ ତଳେ
ଭିଜୁ ଥିଲେ ଆମେ ଦୁହେଁ
ଖୋଜିଲେ ବି ଆଜି
ପାଉ ନାହିଁ ତୁମକୁ
ହଜି ଯାଇଛ କେଉଁ
ଅଜଣା ରାଇଜେ
ଇଛା ମୋର ସବୁ ଆଜି
ଏଠି ପାଣି ଫୋଟକା ପରି
ମିଳେଇ ଯାଇଛି
ଏଇ ଶ୍ରାବଣରେ
ବିତି ଯାଇଥିବା ସମୟ ସବୁ
ମନେ ପଡିଲେ ଆଜିବି
ଭିଜି ଯାଉଛି ଆଖି ମୋର
ଲୁହର ଶ୍ରାବଣ ରେ...
ଏଇ ଭିଜା ଶ୍ରାବଣ ରେ.....
_ରଞ୍ଜିତା ମିଶ୍ର


0 Comments