ଭିଜା ଶ୍ରାବଣର ପହିଲି ବାରିରେ
ଆନମନା ଶୁଷ୍କ ତନୁମନ
ଦେହ ଖୋଜୁଥାଏ କୋମଳ ପରଶ
କି ଅବା ଯେ ରାତି କିବା ଦିନ।।
ବରଷା ରାତିର ଛାଇ ଆଲୁଅରେ
ଭିଜି ଖେଳୁଥିଲୁ ଲୁଚକାଳି
ଆଖିରେ ବାନ୍ଧି ପ୍ରୀୟା ଅନ୍ଧପୁଟୁଳି
ନେଉଥିଲା ତା ହୃଦୟେ ତୋଳି।।
ଶ୍ରାବଣ ସ୍ପର୍ଶେ ଭିଜା ମାଟିର ବାସ୍ନା
ସର୍ବେ ଆନ୍ଦୋଳିତ କରେ ବୋଲି
ପ୍ରକୃତି ହସଇ ତା ଶାଖାକୁ ମେଲି
ଫୁଲଫଳେ ଭରି ଖେଳେ ହୋଲି ।।
ଜହ୍ନ ଙଙ୍କିମାରେ ଗଗନ ବୁକୁରେ
ବାଦଲର ଛାଇ ଫାଙ୍କେ ଫାଙ୍କେ
ସାରୁବୁଦା ମୂଳେ ଫୁଲେଇ ବେଙ୍ଗଟା
ପାଣିସୁଅ ଦେଖି ବେଗି ଡାକେ ।।
ମୂଷଳ ବର୍ଷାରେ ଉଛୁଳଇ ନଦୀ
ଜୁଆର ଆସଇ ଘନଘନ
ବଢିପାଣି ଭୟେ ହୋଇ ଆତଙ୍କିତ
ସଭିଏଁ ହୁଅନ୍ତି ଛିନ୍ନଭିନ୍ନ।।
ଦେବବ୍ରତ ଦାଶ, ବାପି
ମୁଣ୍ଡହତା, ଉତ୍ତରକୂଳ, ପ୍ରୀତିପୁର, ଯାଜପୁର.


0 Comments