ଆଜିର ଏଇ ଶ୍ରାବଣ ର ବର୍ଷା କୁ ଦେଖି।
ମନେ ମନେ ପଡୁଛି ମୋର ସେ ପୁରୁଣା ସ୍ମୃତି।।
ପ୍ରଥମ ଶ୍ରାବଣ ର ଆଗମନରେ ।
ବର୍ଷା ରେ ଭିଜି ମୁଁ ସ୍କୁଲ୍ ରୁ ଫେରୁଥାଏ।।
ସାଂଗ ମାନଙ୍କ ସହ ହସ ଖୁସି ଗପ ରେ।
ନଜର ଆଉ ପଡି ନ ଥିଲା ତୁମ ଉପରେ ।।
"ଗୀତା" ଡାକରେ ମୁଁ ପଛକୁ ଚାହିଁଲି।
ତୁମେ" ବୋଲି ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଲି ।
ରୁହ! କଥା ଅଛି ବୋଲି କହିଲ ତୁମେ ।
ଲାଜ ଡରରେ ଆଉ କି ମୁଁ ସେଠି ରୁହେ ।
କାରଣ ମୁଁ ଜାଣିଥିଲି ତୁମେ କଣ କହିବ ।
ତୁମ ଆଖି ଦେଖି ଜାଣିଯାଇଥିଲି
ତୁମ ପ୍ରେମ କୁ ମତେ ଜଣାଇବ।।
ରାଜଲକ୍ଷ୍ମୀ ସ୍ଵାଇଁ
ସାଲେପୁର, କଟକ


0 Comments