ଭିଜା ଶ୍ରାବଣ - ଜିତେନ୍ ସିଂ



ଶ୍ରାବଣ ଗଗନେ ଆଗମନେ ଯେବେ 

         ସ୍ୱାଗତ କରଇ ବର୍ଷା, 

ବରଷା ର ରାଜା ହେ ଶ୍ରାବଣ ତୁମ 

        ଭାଙ୍ଗି ଦିଅ ସବୁ ଇର୍ଷା । 


   ମୃତ୍ତିକା ର ମୁଖେ କରୁଣ ଚିତ୍କାର 

          କରି ଦେଲ କି ଶ୍ରବଣ, 

  ନୀଳ ଗଗନ ର ନୟନ କୁ ଚିରି 

         ଝରି ପଡ଼ିଲ ଶ୍ରାବଣ । 


ଟୋପାଟୋପା ତୋମ ବାରିଜଳ ଧାରା 

         ପର୍ବତ କାନନେ ବାଜେ, 

ସୁଲୁ ସୁଲୁ ହୋଇ ସମୀର ଛୁଆଁ ରେ 

         ବସୁଧା ର ତୃଷ୍ଣା ହଜେ। 


ଶ୍ରାବଣ ଶରୀର ସ୍ପର୍ଶରେ ବିକଳ 

     ଶିଖରୀ ଶିଖା ରେ ଶିଖୀ, 

ମଣ୍ଡୁକ ର  ମୁଣ୍ଡ ଭ୍ରମ ରେ ଚକିତ 

        ତୁମ ଆବରଣ ଦେଖି। 


ସରସୀ କମଳ କରଇ ମଞ୍ଜୁର 

    ଦେଖି ଶଶି କଳା ମୁଖ, 

ବୈଶାଖ ର ରୁଦ୍ର ପ୍ରଚଣ୍ଡ କାରଣେ 

      ପାଇ ପାରୁ ନାହିଁ ସୁଖ। 


ଶ୍ରାବଣ ର ଶୋଭା ଶ୍ୱେତ ମେଘ ମାଳା 

            ଇନ୍ଦ୍ରଧନୁ ର ସେ  ଛବି, 

ସଭିଙ୍କ ମନ କୁ ବିଭାଜନ କରେ 

         ବୁଡିବା ଆଗରୁ ରବି। 


   ଜିତେନ୍ ସିଂ

ମୟୁରଭଞ୍ଜ (ରାସଗୋବିନ୍ଦ ପୁର )



Post a Comment

0 Comments