ଭିଜା ଶ୍ରାବଣ - ଅଶୋକ କୁମାର ପ୍ରଧାନ


ବର୍ଷା ଯେବେ ଈର୍ଷା କରେ 

ଅଧା ଭିଜା ଓଢଣୀ ରେ, (2)

ଚୁଲୁବୁଲି ପ୍ରିୟା ମୋର 

ଭାରି ଅଭିମାନ ତାର (2)

ଭିଜି ଯାଏ ମନ ଭରି ପହିଲି ଆଷାଢ ରେ ll (ଘୋଷା) 


ଫିକା ହଳଦିଆ ଶାଢୀ 

ନାଲି ଟିପି ଟିପି ଧଡ଼ି 

ଭିଜା ଦୁଧ ଅଳତା ତା ଦେହରେ ;

ଶିହରଣ ଖେଳି ଯାଏ 

ପୁଲକରେ ଭରିଯାଏ 

ଅଛି ଅଭିଳାଷ ଅଙ୍ଗ ସଙ୍ଗ ଲଭି ବାରେ 

ବର୍ଷା ଯେବେ..................... 


ଆସିଲେ ବରଷା ଋତୁ 

ମନ ତାର କୁତୁ କୁତୁ 

କାଗଜ ଡଙ୍ଗା ଭସାଏ ତା ଘର ଅଗଣାରେ ;

ଛପର ଛପର ଚାଲି 

ଅବୁଝା ପିଲାଳିଆମୀ 

ଭଲ ଲାଗେ  ସଙ୍କେତ ତା ପ୍ରଥମ ପ୍ରେମରେ 

ବର୍ଷା ଯେବେ........................ 


ଅନାମିକା ସେ ନାୟିକା 

ଓଠ ଚାପି କହେ କଥା 

ବୁଲି ବୁଲି ଚାହେଁ ସେ ଭିଡର ଭିତରେ ;

ଇନ୍ଦ୍ରଧନୁ ଦେଖିବାକୁ 

ଚାହିଁ ରହେ ଆକାଶକୁ 

ମୟୂରୀ ସାଜି ନାଚେ କଳା ମେଘ ସାଥିରେ 

ବର୍ଷା ଯେବେ......................... 


ଗୋଟେ ଛତା ତଳେ ଦୁହେଁ 

ଜାକି ହୋଇ ଚାଲୁଥାଏ 

ନୀରବତା ଅନେକ ଭାଷା ଭାସି ଯାଏ ରେ ;

ବରଷା ରହିଛି ସାକ୍ଷୀ 

ଲୁଚି ଲୁଚି ମିଶେ ଆଖି 

ରାସ୍ତା ସରିଯାଏ ହେଲେ କଥା ସରେ ନାହିଁରେ 

ବର୍ଷା ଯେବେ................................ 

 

ଅଶୋକ କୁମାର ପ୍ରଧାନ 

ତର୍କାବେଡା, କଡଲା, ଢେଙ୍କାନାଳ 

Post a Comment

0 Comments