ଛବି କଥା କହେ - ଅଶୋକ କୁମାର ପ୍ରଧାନ



ଲେଖକ ଓ କବି ସ୍ୱାଭିମାନୀ ;

ଲେଖା ତାର ପରିଚୟ, 

କବିତା ତାର ଆୟୁଧ 

ସମ୍ମାନ ପଛେ ଗୋଡାଇବାର ଅଭିପ୍ସା

ମନରେ ନ ଥାଏ କେବେ।। 


ମାନପତ୍ର, ଉପାଧି, ସମ୍ମାନ 

ଏ ସବୁର ଆସ୍ପର୍ଦ୍ଧା କବି /ଲେଖକ କରେନା ;

ସାହିତ୍ୟ ବଞ୍ଚିବା ପାଇଁ ତାର ନିରନ୍ତର ସାଧନା, 

କିଛି ପାଇବା ଆଶାରେ 

କିଛି କରିବାକୁ ଚାହେଁନା, 

ସେ ସାହିତ୍ୟ ଆଉ ସତ୍ୟର ପୂଜାରୀ।। 


ସାହିତ୍ୟରେ ସମାଜର ବାସ୍ତବ ଚିତ୍ରକୁ, 

ତୋଳି ଧରିବା ତାର ନିତିଦିନିଆ କାମ ;

ହୁଏତ ଏଥିପାଇଁ ତାକୁ କିଛି 

ଉପହାର, ସମ୍ବର୍ଦ୍ଧନା ମିଳେ ;

କିନ୍ତୁ ଉପହାର ବା ସମ୍ମାନ ପାଇଁ ପାଗଳାମୀ 

ସାହିତ୍ୟ ସୃଷ୍ଟି ମାନରେ 

କବର ନିଏ।। 


ଭାବନାକୁ ବିକ୍ଷିପ୍ତ କରିବା ପାଇଁ, 

ସମ୍ମାନ ଲୋଡ଼ା ନାହିଁ-

କେବଳ ଏକ ନିରୋଳା ପରିବେଶ ଓ ସାଧନୀ 

କାଳଜୟୀ ସୃଷ୍ଟି ର ସ୍ରଷ୍ଟା ;

ସମାଜ ପରିବର୍ତ୍ତନ ର ମୁଖ୍ୟ ନାୟକ 

ସମ୍ମାନ କି ଉପାଧି କଣ ତାକୁ 

ମୋହ ଗ୍ରସ୍ତ କରିପାରେ।। 


ସାଧନାରେ ନିରବିଚ୍ଛିନ୍ନ ମଗ୍ନ, 

ଅନ୍ତରର ସ୍ୱତଃସ୍ଫୂର୍ତ୍ତ ଭାବନା ସହ-

ପାଠକ ପ୍ରାଣକୁ ଆନ୍ଦୋଳିତ କରିବାର 

ଅଭିରୁଚି ରଖେ ସେ, 

ମାନ ସମ୍ମାନ ପଦକ ଉପାଧିର ପ୍ରଲୋଭନଠାରୁ 

ଦୂରରେ ଦୂରରେ..... 

ଅନେକ ଦୂରରେ।। 


ଅଶୋକ କୁମାର ପ୍ରଧାନ 

ତର୍କାବେଡା, କଡଲା, ଢେଙ୍କାନାଳ

ମୋ - 9556666355 





Post a Comment

0 Comments