ଛବି କଥା କହେ - ସମର ବଲ୍ଲଭ ଭୋଇ


ମଣିଷ ଜୀବନର ଭୁଲ ସୁଧାର 

ଲେଖନୀ ମୁନରେ ଥାଏ

ସବୁ ଶୁଣୁଥାଏ ସବୁ ବୁଝୁଥାଏ

କରିବା ପାଇଁ ମନ ନଥାଏ।।

କବି ଲେଖକଙ୍କ କଲମ ମୁନରେ

ଜଗତ ବଦଳି ଯାଏ

ସମ୍ମାନ ମାନପତ୍ର ଏଠି 

ମନରେ ସାହସ ଦିଏ।।

ବାସ୍ତବ ଲେଖକ ବାସ୍ତବ ଲେଖିଲେ 

ସମାଧାନ ହେବ ସମାଜେ

ମାନପତ୍ର ପାଇଁ ଲେଖକ ଲେଖେନି

ପରିବର୍ତ୍ତନ ହେବା ସମାଜେ।


ଅଧ୍ୟାପକ ସମର ବଲ୍ଲଭ ଭୋଇ

ବାଲେଶ୍ଵର

Post a Comment

0 Comments