ଛବି କଥା କହେ - ସନ୍ଧ୍ୟାରାଣୀ ହୋତା



ସମାଜ ପାଇଁକି ଲେଖକର ଦାନ

ଅଟଇ ଅମୂଲ ମୂଲ

ଶକ୍ତ ଲେଖନୀ ରେ ଲେଖକ କରଇ

ସଂସାରକୁ ସମତୁଲ।।

ସତ୍ୟ ଶାନ୍ତି ଦୟା କ୍ଷମା ର ଗୁଣରେ

ଲେଖକ ହୃଦୟ ପୂର୍ଣ୍ଣ

ଅପ୍ରିୟ ସତ୍ୟ ତା ଲେଖନୀ ମୁନରେ

ସଦା ପାଇଥାଏ ସ୍ଥାନ।।


ଆତ୍ମ ମର୍ଯ୍ୟାଦା ରେ ବଞ୍ଚିବା ପାଇଁକି

ନିଷ୍ଠା ରେ କରେ ସେ କାମ

ତୋଷାମଦ କରି ଉପାଧି ସମ୍ମାନ

ପାଇଁ ନ ବଳାଏ ମନ।।


କବି ଲେଖକଙ୍କ ଜାତୀୟତା ଲେଖା

କୋଟି ପ୍ରାଣ ଥିଲା ଛୁଇଁ

ଭାରତୀୟ ଜାଗି ଆନ୍ଦୋଳନ କଲେ

ଇଂରେଜ ଗଲେ ପଳାଇ।।


ମାନପତ୍ର ଅବା ଉପାଧି ସମ୍ମାନ

ପ୍ରକୃତ ଲେଖକ ପାଉ

ବଣ ମଲ୍ଲି ବଣେ ମଉଳି ନ ଯାଇ

ସାହିତ୍ୟ ଉପାଧି ନେଉ।।


ନିର୍ଭୀକ ସଚ୍ଚୋଟ ସାହସୀ ଲେଖକ

ସମାଜର ହିତ ସାଧେ

ଲେଖକ ଲେଖାକୁ ସମ୍ମାନ ମିଳିଲେ

ବଢିବ ସେ ଅପ୍ରମାଦେ।।


ଲେଖକ ସମ୍ମାନ ସାହିତ୍ୟ ଉପାଧି

ନିକିତିର ଦୁଇ ପାର୍ଶ୍ଵ

ଦୁଇ ପଲା ଯଦି ସମାନ ରହିବ

ଲେଖକ ହେବ ହରଷ।।


ଦୀପର ସଳିତା ପରି ଏ ଲେଖକ

ଜୀବନକୁ ଜାଳିଦିଏ

ଲେଖକର ପାଇଁ ଜଗତ ଟା ସାରା

ସଦା ଜାଗରିତ ଥାଏ।।


ନିଜ ଦେଶେ ରାଜା ପୂଜା ପାଇଥାଏ

ଦେଶ ବିଦେଶେ ଲେଖକ

ଲେଖକ କୁ ହୀନ ନ ମଣ ସୁଜନେ

ସଂସାରେ ରହୁ ତା ଟେକ।।


ସନ୍ଧ୍ୟାରାଣୀ ହୋତା

ଡାବୁଗାଁ, ନବରଙ୍ଗପୁର

Post a Comment

0 Comments