ଦରକାର ନାହିଁ ମାନପତ୍ର ମୋର
ଉପାଧି ସମ୍ମାନ ଅବା
ସାହିତ୍ୟ ସାଧନା ପଥରେ ସାଜିଛି
ପଥିକ ଟେ ମୁହିଁ ସଚ୍ଚା ।।
ଓଡିଆ ଭାଷାର ପ୍ରଚାର ରେ ମୁହିଁ
ଲେଖନୀ ଚାଳନା କରି
ଭାଷା ସାହିତ୍ୟର ସମୃଦ୍ଧି ପାଇଁ କି
ହେଉଥିବି ସଦା ଝୁରି ।।
ମନେ ଅଭିମାନ ଭାରି
ଭାଷା ପୀରତି ରେ
ମାନ ସମ୍ମାନ ଉପାଧି କି
ଆଉ ମାନପତ୍ର କିବା
ଅଟେ ଭାରି ଦରକାରୀ ???
ଭଲ ପାଇବାର ମାନ ଖୋଜୁଛି ମୁଁ
ମାନପତ୍ର ଦେଖି ଆଜି
ଭାରି ଲାଜ ଲାଗେ କହିବା ପାଇଁ କି
ମୋ ଓଡିଆତ୍ୱ ଗଲା ହଜି ।।
ମାନସ କୁମାର ପାଢ଼ୀ
ଈଶ୍ବର ପୁର , ଇରମ , ଭଦ୍ରକ
ମୋ = ୯୭୭୭୦୬୯୬୨୪


0 Comments