ରାଜା ପୂଜା ପାଏ ଆପଣା
ଦେଶରେ
କଵି ପୂଜା ପାଏ ଦେଶ ଵିଦେଶ
ରେ
ଲେଖନୀମୁନରେ ଭାଵନା ସଵୁକୁ
ଜୀଵନ୍ତ କରେ
ଆଶା ଭରଷା ନାମରେ ଜୀଵନ
ଜିଉଥାଏ।
ଦୁଃଖ ସୁଖ ସଂସାରରେ ସାହିତ୍ୟ
କୁ କରି ଆପଣାର
ଖୋଜି ବୁଲୁଥାଏ ଶାନ୍ତିର ପ୍ରାଚିର
ଲେଖନୀ ମୁନରେ କଣ୍ଟାକୁ କରେ
ଫୁଲ
ନିଆଁ କୁ କରେ ଜଳର ଧାର।
ସମାଜର ଛବିକୁ ରୂପ ଦିଏ
ତା ଲେଖନିରେ ଚାତୁର୍ଯ୍ୟରେ
ଲୋଡେନାହିଁ ମାନପତ୍ର ,ଉପାଧି
ଲୋଡେ ଖାଲି ନିଜର ସମ୍ମାନ।
ପ୍ରାପ୍ତି ଅପ୍ରାପ୍ତି ଭିତରେ ଜୀବନ
ଯିଇ ଚାଲୁଥାଏ
ନିର୍ବୋଧ ପାଗଳଠୁ ଆହୁରି
ନୀରିହ ସାଜି
କାମକୁ ସାଥି କରି
ଲେଖାରେ ମାତି ଚାଲୁଥାଏ।
ଭାଷାର କୋଣାର୍କ ରେ ଗଢେ
କୁତାଵ ମିନାର
କେତେବେଳେ ଗଢେ ସ୍ବପ୍ନର
ତାଜମହଲ
ଆଣେ ସେ କୁଢ କୁଢ ସଫଳତା
ଯାହା ଯୋଗାଏ ପ୍ରେରଣା।
ମାନପତ୍ର ପାଇଁ ଲେଖକ ଲେଖେ
ନି କେଵେ ଲେଖା
ପରିବର୍ତ୍ତନ ର ଦିଶା ନେଇ କରେ
ସର୍ଜନା
ସ୍ବାଭିମାନ ହୋଇ ଵିତରାଏ ତା
କଳା
ସମାଜକୁ ଯୋଗାଏ ନୂତନ
ରାହା।
ତେଜସ୍ଵିନୀ ସାମଲ
ରାଜକନିକା ,କେନ୍ଦ୍ରାପଡ଼ା


0 Comments