ଛବି କଥା କହେ - ରଶ୍ମିତା ନାୟକ


ଜୀବନର ପଥ ବହୁତ ଯେ ଦୂର 

ତଥାପି ମୁଁ ଏଠି ଚାଲିଛି, 

ମାନ ସଂମାନ କୁ ସାଥିରେ ନେଇ ମୁଁ 

ଉପାଧି ସବୁ ନିଜ ପାଖେ ସାଉଁଟି ନେଇଛି।। 

ହୋଇପାରିବିନି ଶ୍ରବଣ କୁମାର 

ତଥାପି ମୋ ଚେଷ୍ଟା ଚାଲିଛି 

ଜୀବନ ବାଜିରେ ହାରିବିନି ବୋଲି 

ଶପଥ ମୁଁ ନେଇସାରିଛି।। 

ଆଗକୁ ବଢିବା ନିଶା ଯେ ମୋହର 

ନୂଆ ନୂଆ ମୁଁ କବିତା ଲେଖୁଛି 

ଶ୍ରବଣ କୁମାର ପରି ମୋ କାନ୍ଧରେ ମୁଁ 

ଉପାଧି ସନମାନ ଭାର କୁ ମୁଁ ବୋହି ନେଉଛି।। 

ଜଗତ ଆଗରେ ନିଜ ବଢ଼ିମା କୁ 

ନିଜେ ମୁଁ ସାବ୍ୟସ୍ତ କରୁଛି, 

ମାନସନମାନ ମୋ ଜୀବନ ସହିତ 

ଓଃତୋପ୍ରୋତ ଭାବେ ଜଡିତ ହୋଇଛି।। 

ଆଶା ଅଛି ମୋର ବଢ଼ିବି ଆଗକୁ 

ଜୀବନରେ କିଛି ଲକ୍ଷ୍ୟ ରଖିଛି 

ନିଜ ସନମାନ କୁ ବଜାୟ ରଖିବି 

ଭଗବାନ ଙ୍କ ପାଖେ ଶପଥ ନେଇଛି।। 


ରଶ୍ମିତା ନାୟକ 

କେଶରପୁର

Post a Comment

0 Comments