" ଲେଖକଟିଏ ବାଣ୍ଟି ସେ ବସେ
ସମାଜ ର ପ୍ରତିଛବି
ସେ ଛବି ରେ ଉଭା କେତେ ଯେ ସ୍ଵପ୍ନ
ଆଶା ର ତୁଳନା ନାହିଁ ।
ସମାଜ ରେ ବଢା ଲେଖକ ର ମୁନ
କେତେ ଅସରନ୍ତି ବାଣୀ
ସେ ବାଣୀ କୁ ଆଜି କିଣା ହେଉଅଛି
ମୌଳିକ ହରାଏ ସେହି ।
ଉପାଧି ସମ୍ମାନ କେତେ ମାନପତ୍ର
ସଜ୍ଜିତ ହୋଇ ଆସୁଛି
ହେଲେ ସେଥିରେ ବି କିନ୍ତୁ ପରନ୍ତୁ ଟେ
ବସା ବାନ୍ଧି ରହି ଯାଉଛି ।
ଲେଖକ ଲୋଡ଼େ ନି କୋୖଣସି ଉପାଧି
ପୁରସ୍କାର ତାର ଲେଖା
ଗ୍ରାହକ ସନ୍ତୁଷ୍ଟ ମନ ଜଗତରେ
ମିଳିଯିବ ସବୁ ବ୍ୟାଖ୍ୟା ।
ଉପରେ ଉପରେ ସମ୍ମାନ କହି
ତେଲ ମାଲିସ କରୁଥିବେ
ଲେଖକ ର ସ୍ଥିତି ଗଣିବାକୁ ହାଟ
ବସେଇବାକୁ ସେ ଯିବେ ।
ଲେଖକ ମନ ର ଭାଵନା କୁ ତୋଳି
ଧରିବାକୁ ଅସମର୍ଥ
ଆସିଗଲେ ସାଜି ପସରା ମେଲାଇ
କେତେ କଣ ବିକାଳୀ ତ ।
ଲେଖକ ଲେଖା ଟି ବଢ଼ା ହୋଇଥାଏ
ସମାଜ ର ପ୍ରତି କୋଣେ
ପରିଚୟ ତାର ଲେଖା ଦେଇଥାଏ
ଅବାସ୍ତବା କେହୁଁ ଜାଣେ ।
ଲୋଭ ଆଉ ଆଶା କରିବାକୁ ଲେଖା
ପ୍ରକାଶ କୁ ଗଣୁଥିବେ
କିଭଳି ଏ ଚିନ୍ତା ଲେଖକ ପାଇଁକି
ସ୍ବାର୍ଥ ତଳେ ଗଡୁଥିବେ ।"
ପି.ପୁରବୀ ମହାନ୍ତି
ବଣାଇଗଡ଼, ସୁନ୍ଦରଗଡ


0 Comments