ଲେଖକ ଲେଖିକା କଳ୍ପନା ବିଳାସୀ
ସୃଷ୍ଟି ତାଙ୍କର ସୁନ୍ଦର
ବାସ୍ତବ ଘଟଣା ରୂପ ଦେଇ ଥାଏ
ଲେଖା ମାଧ୍ୟମରେ ତାର l୧l
ପାଷାଣ ଦେହରେ ଫୁଲ ଫୁଟାଅନ୍ତି
ମରୁ ଭୂମେ ଜଳ ଧାର
ମଉଳା ଫୁଲକୁ ସଦ୍ୟ କରି ଥାନ୍ତି
ପାଷାଣ ଜୀବ ନ୍ୟାସର l୨l
ଅନ୍ଧ ବିଶ୍ୱାସ କୁସଂସ୍କାର ଦୂରେଇ
ଦେଶପ୍ରେମ ଜଳାଅନ୍ତି
ସଭ୍ୟତା ସଂସ୍କୃତି କୁସଂସ୍କାରକୁ ତ
ଲେଖାରେ ସ୍ଥାନ ଦିଅନ୍ତି l୩l
ସାଧନାରେ ସେତ ସବୁ ବେଳେ ଥାନ୍ତି
ସାହିତ୍ୟ ଅତି ନିଜର
ଏହି କାମ ପାଇଁ ଆୱାର୍ଡ ମିଳିଲେ
ଆନନ୍ଦେ ହୁଏ ବିଭୋର l୪l
ମାନ ପତ୍ର ହୁଏ ଶକ୍ତିର ଆଧାର
ଉପାଧି ତ ପରିଚୟ
ସମ୍ମନ ହୁଏ ପ୍ରେରଣାର ଉତ୍ସ
ସାହିତ୍ୟି ଉପାଧି ପ୍ରିୟ l୫l
ଆବେଗ ତାହାର କୂଳ ଲଂଘି ଯାଏ
ସୃଜନୀ ରୋକିବ କିଏ
ନୂତନ ସୃଷ୍ଟି କଲମ ମୁନରେ
ସୁଚିନ୍ତନ ସ୍ଥାନ ପାଏ l୬l
ମହାପୁରୁଷ ତ ସମ୍ମାନ ପାଇଁ କି
କେବେ ନ ହୁଏ ତତ୍ପର
ନିଜ ସୃଜନୀରେ ସ୍ଥାନ ଦେଇଥାନ୍ତି
ଜଗତ ପୂଜେ ତାଙ୍କର l୭l
ବାଲ୍ମୀକି ତୁଳସୀ ବଳରାମ ଦାସ
ସାରଳା ମଧୁସୂଦନ
ଗୋପବନ୍ଧୁ ଦାସ ଉପଇନ୍ଦ୍ର ଭଞ୍ଜ
ରାଧାନାଥ ରାୟ ଜାଣ l୮l
ବେଦବ୍ୟାସ ଆଉ କାଳିଦାସ ସଙ୍ଗେ
ରବୀନ୍ଦ୍ର ନାଥ ଠାଗୁର
ଜୟ ଦେବ ସଙ୍ଗେ ଜଗନ୍ନାଥ ଦାସ
ଲେଖା ଥିଲା ଉପହାର l୯l
କାଳଜୟୀ ସିଏ ନିର୍ଲୋଭତା ଗୁଣ
ପଦବୀରେ ଆଶା ନାହିଁ
ସମାଜର ପ୍ରତି ଛବି ଲେଖିଛନ୍ତି
ଲେଖନୀ ନିଶାଣ ଦେଇ l୧୦l
ଲୋଭ ଛାଡ଼ି ଦେଇ କର୍ତ୍ତବ୍ୟ କରିଲେ
ସାଧନା ସଫଳ ହେବ
ସ୍ରଷ୍ଟା ତୁମେ ପରା ସାହିତ୍ୟ ଜଗତେ
ଚିରଞ୍ଜିବି ହୋଇ ଯିବ l୧୧l
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର


0 Comments