ସମ୍ଭାବନା ଯହିଁ ବୋଝ ହୋଇଯାଏ
କିଛି ଉପାଧିକୁ ବୋହି
ଭାଷା ସାହିତ୍ୟର ଉନ୍ନତି କେବେ ବି
ସଫଳ ହୋଇବ ନାହିଁ ।
ଲେଖିବା ନିଜର ଆତ୍ମାର ଇଙ୍ଗିତେ
ଦୂର ଦୃଷ୍ଟି ସୃଷ୍ଟି ପାଇଁ
ପ୍ରଗତି ପଥରେ ପାଦ ଦେବ ନର
ପଛକୁ ଫେରିବ ନାହିଁ ।।
ମାନ ପତ୍ର ନୁହେଁ ତଉଲିବା ପାଇଁ
ଲେଖକ ର ମନ କଥା
ପ୍ରଶଂସା ସହିତ ପୁରସ୍କାର କ'ଣ
ବୁଝେ ତା' ହୃଦୟ ବ୍ୟଥା । ।
ଲେଖନୀ ମୁନ ରେ ଗଢିପାରେ ଯିଏ
ଭାବ ଭାଷା କୋଣାରକ
ଶବ୍ଦ ର ଚିତ୍ରରେ ସଜାଇ ଦେଖେ ସେ
ଜଳୁଛି ନୂଆ ଆଲୋକ ।।
ଭାର ରେ ବହୁଛି ଯୁଗପ୍ରବର୍ତକ
ଲେଖକ ର ଡାଲା ଥୋଇ
ଦୂରରେ ରହିବ ପୁରସ୍କାର ଠାରୁ
ଜଗତ କଲ୍ୟାଣ ପାଇଁ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର


0 Comments