ମୋ ଗାଁ ମନ୍ଦିରରେ ଵାଜିଲେ
ଘଣ୍ଟା
ହୃଦୟେ ଭରେ ଭକତି ଭାଵନା
ମଙ୍ଗଳ ଆଳତି ହୁଅଇ ଯେଵେ
ଚଉଦିଗେ ଖୁସି ଚହଟଇ (୧)
ମୋ ଗାଁ ମନ୍ଦିର ଗ୍ରାମ ଦେବତୀ
ଗ୍ରାମ ବାସୀଙ୍କୁ ରକ୍ଷା କରୁଥାନ୍ତି
ନିତି
ପ୍ରତକ୍ଷ୍ୟ ଦେଵୀ ଡାକିଲେ ଜଵାଵ
ଦିଅନ୍ତି
ତାଙ୍କ କୃପାଵଳେ ରୋଗ ଵ୍ୟାଧି
ପାଖ ନ ମାଡଇ(୨)
ସକାଳୁ ସଞ୍ଜ ମା ଜଗି ରହିଥାନ୍ତି
ପୁଷ୍ପରେ ସଜାଇ ହୋଇ ଆସନେ
ଵିରାଜନ୍ତି
ତାଙ୍କ କୃପା ଵଳେ ମନର କଷ୍ଟ
ଯାଏ ଉଭେଇ
ଖେଳିଯାଏ ଆନନ୍ଦର ଲହରୀ
(୩)
ମୋ ଗାଁ ମନ୍ଦିରର ଶୋଭା ଭାରି
ମନୋହର
ଵେଶି ସୁନ୍ଦର ଆମ ମା'ର ଵେଶ
ନିତି ଭିଡ ଜମେ ମନ୍ଦିରର ପାଶେ
ଭକ୍ତଜନ ଆସି ମାନସିକ
ମନାସେ(୪)
ମୋ ଗାଁ ମନ୍ଦିର
ଅଟେ ଆମ ସୁରକ୍ଷା ପ୍ରାଚୀର
ଗାଁ ମନ୍ଦିର ଆମ ରହିଅଛି ସାକ୍ଷୀ
ଯୁଗଯୁଗ ଧରି ମାଆ ଵାନ୍ଧି ରଖି
ଅଛିସ୍ନେହ ପ୍ରୀତି (୫)
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା


0 Comments