ମୋ ଗାଁ ମନ୍ଦିର - ରାମ ଚନ୍ଦ୍ର ପ୍ରଧାନ

 


ଛୋଟିଆ ହେଲେ ବି  ମୋ ଗାଆଁ ମନ୍ଦିର 

        ଦିଶଇ ଭାରି ସୁନ୍ଦର 

ଯାନୀ ଯାତରାରେ  ପୂଜା ପର୍ବାଣୀରେ 

      ଜମେ ଭକ୍ତଙ୍କ ଆସର l

ଚନ୍ଦନ କର୍ପୂର  ଧୂପ ଦୀପ ବାସେ 

    ମହକେ ମନ୍ଦିର ବେଢ଼ା

ନାଲିଆ ନେତରେ  ଶୋଭା ପାଉଥାଏ 

     ମୋ ଗାଁ ମନ୍ଦିର ଚୂଡ଼ା l

ସକାଳ ଧୂପରେ  ସଞ୍ଜ ଆଳତୀରେ 

      ଘଣ୍ଟଘଣ୍ଟି ଶବ୍ଦ ଶୁଭେ

ଭକ୍ତି ନୈବେଦ୍ୟରେ  ମନ୍ତ୍ର ଉଚ୍ଚାରଣେ 

       ଭକତ ଆଶିଷ ଲଭେ l

ମନେ ଶାନ୍ତି ଆସେ  ମନ୍ଦିରକୁ ଗଲେ 

       ସାଥେ ଥିଲେ ପରିବାର 

ସମର୍ପଣ ଭାବ  ମନେ ଜାଗିଉଠେ 

        ଭକ୍ତି ଝରେ ନିରନ୍ତର l

 ମୋ ଗାଆଁ ମନ୍ଦିର  ମୋ ପାଇଁ ଅଟଇ 

       ମୁକତିର ପୁଣ୍ୟତୀର୍ଥ 

 ଭଲପାଏ ତା'କୁ  ପ୍ରାଣ ଠୁ ଅଧିକ 

     ନ ରଖି ମନରେ ସ୍ୱାର୍ଥ  l


ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ 

ସାନ୍ତରାପଲ୍ଲୀ, ଗଞ୍ଜାମ 

ମୋ:9861638736

Post a Comment

0 Comments