ହେ ଇଶ୍ୱର - କାଳୀଚରଣ ମହାରଣା

 



ହେ ଇଶ୍ୱର.....

ଜୀବନର ଏ କି ମାନସାଙ୍କ ?

ପାରୁନି ମୁଁ ଖୋଜି ତା’ ଉତ୍ତର

ଯୋଗ ବିୟୋଗର ତୁମ ସୂତ୍ରାବଳି

କେତେ ଜଟିଳତା! ନପାରେ ମୁଁ କଳି

ଲୋଭୀ ଚଢେ ବୈରାଗ୍ୟର ସିଡି

ମୋହ ମମତାର ଅଜବ ଏ ବେଡି

ତୁମ୍ଭ ଲୀଳା ତୁମ୍ଭଙ୍କୁ ଗୋଚର

ପାରୁନି ମୁଁ ଖୋଜି ତା’ ଉତ୍ତର   |

କାଲି ଥିଲା ଯିଏ ମାତୃହତ୍ୟା ଦୋଷୀ

ବୋଲାଉଛି ଆଜି ପରମ ସନ୍ୟାସୀ

ପର ତଣ୍ଟି କାଟି ପୂରେ ଯାର ପେଟ

ଦାନୀ ବୀର ବୋଲି ହୁଅଇ ପ୍ରଘଟ

ହେ ଇଶ୍ୱର

ଜୀବନର ଏ କି ମାନସାଙ୍କ

ପାରୁନି ମୁଁ ଖୋଜି ତା’ ଉତ୍ତର   |

ସତ୍ୟ ନାମେ ଛଳନାର ବୀଜ

ଅଙ୍କୁରିତ ହୁଏ ଶତଶତ

ଧର୍ମରୂପେ ଚାଲିଛି ବେପାର

ଭାଜ୍ୟ କି ଭାଜକ ନାହିଁ ତା’ ବିଚାର

କଳୂଷିତ ସମାଜରେ ମିଥ୍ୟାର ପ୍ରଚାର

ଦେଖି ସତ୍ୟ ଲୁଚିଯାଏ ଅଦୃଶ୍ୟ ଗହ୍ୱର

ହିତାକାଂକ୍ଷୀ ଶତୃ ବୋଲି ହୁଅଇ ପ୍ରଚାର

ଶତୃସାଥେ ବନ୍ଧୁଭାବ ଇଏ କି ସଂସାର

ହେ ଇଶ୍ୱର

ଜୀବନର ଏ କି ମାନସାଙ୍କ

ପାରୁନି ମୁଁ ଖୋଜି ତା ଉତ୍ତର   |

ଅବିଶ୍ୱାସ ଅନ୍ଧକାରେ ବୁଡଇ ଜୀବନ

ବୁଝିବାକୁ କେହି ନାହିଁ ଆତ୍ମିୟ ସ୍ୱଜନ

ଅପ୍ରିୟ ସତ୍ୟ ଏଠି ବିଷଠୁ ଗହୀର

ମିଥ୍ୟାବାଦୀ ଚାଟୁକାର ହୁଅଇ ନିଜର

ଭାବିଥାଇ ଯାହାକୁ ଆପଣାର ଅତି

ଦିଅଇ ପରମ ଘାତ ନ ସହିବ ଛାତି

ସ୍ୱାର୍ଥ ଥିବା ଯାଏ ସବୁ ବନ୍ଧୁ ସହୋଦର

ତା’ପରେ ମଣିଷ ଆଉ କିଏ ବା କାହାର

ହେ ଇଶ୍ୱର

ଜୀବନର ଏ କି ମାନସାଙ୍କ

ପାରୁନି ମୁଁ ଖୋଜି ତା’ ଉତ୍ତର  |



କାଳିଚରଣ ମହାରଣା

ବର୍ତ୍ତିନୀ, ପୋଲସରା, ଗଞ୍ଜାମ, ଫୋନ-୮୨୪୯୨୪୫୦୯୦



 


Post a Comment

0 Comments