ପ୍ରତ୍ୟାଶା ଯେଉଁଠି ତୃପ୍ତି ମିଳେ ସେଠି
ଆଶାର କାମନା ନାହିଁ
ନିଃସ୍ଵାର୍ଥର ସେବା ଚିର ଶାନ୍ତି ଦିଏ
ଅଭିଳାସ କିଛି ନାହିଁ l୧l
ତାମସାକୁ ଦୂର କରିଥଏ ସୂର୍ଯ୍ୟ
ସୁନେଲି କିରଣ ଦେଇ
ଜୁଳୁ ଜୁଳିଆଟି ଛୋଟା ପ୍ରଣୀ ସିଏ
ଆଲୋକିତ କରେ ମହି l୨ l
ନଦୀ ଝରି ଆସେ ପାହାଡ଼ ବକ୍ଷରୁ
କେତେ ବାଧା ବିଘ୍ନ ସହି
ସମସ୍ତଙ୍କୁ ଜଳ ପାନ କରାଏ ସେ
ପ୍ରତ୍ୟାଶାର ଆଶା ନାହିଁ l୩l
ବୃକ୍ଷ ଦିଏ ଫଳ ଜନ ମlନସକୁ
ପରହିତ କରି ଥାଏ
ପାନ୍ଥଶଳାଟିଏ ନିର୍ଜୀଵ ହୋଇବି
ପରସେବା କରୁ ଥାଏ l୪l
ଚନ୍ଦ୍ର ଦେଇ ଥାଏ ଶୀତଳ ଜ୍ୟୋଛନl
ସଭିଙ୍କର ପ୍ରିୟ ସେହି
ସମୀର ଦିଅଇ ସୁମୃଦୁମଳୟ
ପ୍ରତ୍ୟାଶା ତ କରେ ନାହିଁ l୫l
ବସୁମତୀ ଦିଏ ଫୁଲ ଫଳ ଭରି
ବନ ଗହନ କାନନ
ପରୋପକାରରେ ସଦା ସିଏ ଥାଏ
ପାଳେ ନିଜର ସନ୍ତାନ l୬l
ମୁନି ଜ୍ଞାନୀ ଜନ ସାଧନା କରନ୍ତି
ପ୍ରତ୍ୟାଶାର ସୁଖ ପାଇଁ
ହରି କୀର୍ତ୍ତନରେ ଦିନ ବିତାୟନ୍ତି
ମୁକ୍ତି ପଥ ଚାହିଁ ଚାହିଁ l ୭l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର l


0 Comments