ସୂକ୍ଷ୍ମ ହୃଦୟର ରୁଦ୍ଧ କୋଠରୀରେ
ଜାଗିଛି ଆଜି ପ୍ରତ୍ୟାଶା
ତବ ସାନିଧ୍ୟରେ ପ୍ରାଣ ପକ୍ଷୀ ବାନ୍ଧୁ
ବାଇ ଚଢେଇର ବସା।
ଅଷ୍ଟପଦୀ କାନ୍ତ କୋମଳ ପଦ୍ୟର
ଗାଇଣ ଗୀତଗୋବିନ୍ଦ
ଭକ୍ତିରେ ତଲ୍ଲୀନ ହୋଇ ଲଭୁଥାଉ
ଅପୂର୍ବ ଦିବ୍ୟ ଆନନ୍ଦ।
ମୋହ ମାୟା ବନ୍ଧନରୁ ମୁକ୍ତ ହେଉ
ପାତକୀ ପ୍ରାଣ ସ୍ପନ୍ଦନ
ଅର୍ନ୍ତବେଦନାକୁ ପ୍ରଶମିତ କର
ହେ ଯଦୁକୂଳ ନନ୍ଦନ।
ସକଳ ଐଶ୍ୱର୍ଯ୍ୟ , ମାଧୁର୍ଯ୍ୟକୁ ତେଜି
କରେ ଆତ୍ମ ନିବେଦନ
ସଂସାର ଜଞ୍ଜାଳୁ ପାରି କରିଦିଅ
ପରଂବ୍ରହ୍ମ ଭଗବାନ।
ମନନ, ଚିନ୍ତନେ ଲିପ୍ତ ରହି ସଦା
ମିଳିଯାଉ ଆତ୍ମଜ୍ଞାନ
ମୁକତି ଦେଇ ଏ ଅନିତ୍ୟ ସଂସାରୁ
ବ୍ରହ୍ମରେ କର ବିଲୀନ।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ


0 Comments