ଆଶା ଥିଲେ ପ୍ରତ୍ୟାଶା ଅଛି
ସୃଷ୍ଟିର ଆଦିମ କାଳୁ,
ଯାହାକୁ ଯିଏ ଶରଧା ଯେହ୍ନେ
ବଇଦ ଖୋଜେ ମଳୁ lll
କାମନା ବାସନା ଅଳୀକ ସଂସାର
ଯଉବନ ଜଉ ଘର,
ପ୍ରେମିକା ର ପ୍ରେମ ପ୍ରତ୍ୟାଶା ରହିତ
କାମ ଭାବେ ପ୍ରେମାତୁର lll
ସ୍ଵାମୀ ଠାରୁ ସ୍ତ୍ରୀ ଆଶ ରଖିଥାଏ
ସଂଗୋପନ ସମୟରେ,
ମଳୟ ଆସୁଣୁ ବସନ୍ତ ଝୁଣ୍ଟିଲା
କ୍ଷତାକ୍ତ ଦେହ ବାସରେ lll
ପ୍ରଭୁ ଠାରେ ଦାସ ରଖିଥାଏ ଆଶ
ମାନସିକ ପୂରଣରେ,
ଫଳ ନ ପାଇଲେ ମନ୍ଦିର ଆସେନା
ଭକ୍ତିଭାବ ସରାଗରେ lll
ବିନା ପ୍ରତ୍ୟାଶା ରେ ପାଳିଥାଏ ମାଆ
ସନ୍ତାନକୁ ଯତନରେ,
ମାଆର ମମତା ପାଦେ ଦଳିଦିଏ
ବଡଲୋକ ହେବା ପରେ lll
ଅଶୋକ କୁମାର ପ୍ରଧାନ
ତର୍କାବେଡା, ହିନ୍ଦୋଳ ,ଢେଙ୍କାନାଳ
ମୋ - 9556666355


0 Comments