ପ୍ରତ୍ୟାଶା - ଅଶୋକ କୁମାର ପତି



ଜୀବନ ସଂଯତ ଆଶା ପ୍ରତ୍ୟାଶାର

ମୋହମାୟାଖେଳଘର

ଶିକ୍ଷା ଅନୁଭୂତି ବିବିଧ ପ୍ରଗତି

ବିଭୁପ୍ରୀତି ଆପଣାର ।୧ା


ମାନବୀୟ ଗୁଣ ବିକାଶ ସାଧନ

ଜିବନମାଜିତ ଗୁଣେ

ନୀତିନୈତିକର ଆଶାବୈତରଣୀ

ପ୍ରଜ୍ଞାବାନ ସଦା ମଣେ ।୨ା


ପ୍ରେମ ପ୍ରଣୟ ର ଅଭିଲମ୍ବ ଧାରା

ଜନ୍ମାନ୍ତରଭାବ ନେଇ

ବିଶ୍ଵ କଇଲାଣପ୍ରିତି ପାଖୁଡାରେ

ରହିଥାଏଗୁପ୍ତ ହୋଇ ।୩


ଈଶ୍ଵରୀୟ ପ୍ରିତି ପ୍ରତ୍ୟାଶାଗୁଣରେ

ଜିବ ପରମ ବିଚାର

ମିଳିବ ମୁକତିସଦା କଲେ ଭକ୍ତି

ପାଦପଦ୍ମ ରେ ତାହାର ।୪ା


ଜୀବ ଲୋଉଗ୍ରସ୍ତ ପ୍ରତ୍ୟାଶା ବାରିଧି

ଯୁଗ ଯୁଗ କୁ ଆଖ୍ୟାନ

ଏହା ବିନା ଜୀବ ମୁକତି ହେବନି

ଏହି ଟି ପରମ ଜ୍ଞାନ | ୫ା


ଅଶୋକ କୁମାର ପତି

ଖଂକିରା, ଢେଙ୍କାନାଳ 

ମୋ-୬୩୭୦୬୯୫୯୨୧

Post a Comment

0 Comments