ପ୍ରତ୍ୟାଶା - ପ୍ରସେନଜିତ ସେଠୀ

 



ମନେ ପାଇବାର ଆଶା ଓ ଆକାଂକ୍ଷା

ନାମଟି ତାର ପ୍ରତ୍ୟାଶା

ସ୍ଥାନ କାଳ ପାତ୍ରେ ଭିନ୍ନ ଭିନ୍ନ ହୁଏ

ସ୍ବାର୍ଥ ଓ ନିଃସ୍ଵାର୍ଥ ମିଶା।


ସୈନିକଟି ଦିଏ ଆତ୍ମ ବଳିଦାନ

ସ୍ଵରାଜ୍ୟର ସ୍ବପ୍ନ ଦେଖି

ଗୁରୁ ଜ୍ଞାନ ଦେଇ ଗଢ଼ିବାକୁ ଚାହେଁ

ସମାଜଟି ମନ ଲାଖି।


ଗବେଷଣା କରେ ବୈଜ୍ଞାନିକଟିଏ

ସମାଜ ମଙ୍ଗଳ ଆଶେ

କଳାକାର ଟିଏ ମନ ଜିଣିବାକୁ

ଝୁମିଯାଏ କଳା ରସେ।


ପ୍ରେମିକଟିଏ ବି ପ୍ରେମ କରୁଥାଏ

ମନେ କରି ପ୍ରାପ୍ତି ଆଶା

ମାତୃ ପିତୃଙ୍କର ସନ୍ତାନଠୁ ଥାଏ

ବୃଦ୍ଧକାଳେ ଆଶ୍ରା ଆଶା।


ଜୀବନ ନଦୀଟା ସୁଖ ଓ ଦୁଃଖ ମିଶା

କେବେ ଆସଇ ନିରାଶା

ହେଲେ ସେ ନଦୀକୁ ତରିବାକୁ ହେଲେ

ମନରେ ରଖ ପ୍ରତ୍ୟାଶା।


ପ୍ରସେନଜିତ୍ ସେଠୀ

 ଠିକଣା: ବାଲିଆ, ଗୋପୀନାଥପୁର, ଜଗତସିଂହପୁର

Post a Comment

0 Comments