ସଂସାରେ ଜୀବନ ଆଗକୁ ବଢୁଛି
ଆଶା ପ୍ରତ୍ୟାଶାର ବଳେ,
ପ୍ରତ୍ୟାଶା ରଖିଣ ବୃକ୍ଷକୁ ବଢାନ୍ତି
ଜଳ ଦେଇ ଚେରମୂଳେ ।।
ପିତାମାତା ମଧ୍ୟ ସନ୍ତାନ ନିକଟୁ
ପ୍ରତିଆଶା ରଖିଥାନ୍ତି,
ବୃଦ୍ଧ ଅବସ୍ଥାରେ ସାହାରା ହୋଇବ
ମନେ ଚିନ୍ତା କରୁଥାନ୍ତି ।।
ଭକ୍ତ ରଖିଥାଏ ପ୍ରତ୍ୟାଶା ମନରେ
ଦେଖିବ ସେ ଭଗବାନ,
ଅସାର ସଂସାର ଭବୁ ପାରି ହୋଇ
ଯିବ ବୈକୁଣ୍ଠ ଭୁବନ ।।
କୃଷକ କ୍ଷେତରୁ ଅମଳ ଅଧିକ
ପାଇବା ପ୍ରତ୍ୟାଶା ରଖେ,
ବନ୍ୟା ମରୁଡ଼ିରେ ନଷ୍ଟ ହେଲେ ଶସ୍ୟ
ଜୀବନ ହାରଇ ବିଷେ ।।
ଆଶା ପ୍ରତ୍ୟାଶାର ଭାବରେ ସଂସାର
ଚାଲୁଅଛି ଚାଲୁଥିବ ,
ଦିବ୍ୟ ଭାବନାରେ ପ୍ରତ୍ୟାଶା ନ ଥାଏ
ଦିବ୍ୟାଲୋକେ ଯାଏ ଜୀବ।।
ସାଗର କୁମାର ପରିଡା
ବଡ଼ମ୍ବା,କଟକ


0 Comments