ଗୀରିଜା ନନ୍ଦନ ମୂଷିକ ବାହନ
ଅଗ୍ରପୂଜ୍ୟ ଗଣେଶ୍ବର,
କରୁଛି ମିନତୀ ଅନ୍ତରୁ ମୋହର
କ୍ରୋଧ ହିଂସା ଦୂରକର।
ସର୍ବ ହୃଦୟରେ ଭରିଦିଅ ପ୍ରଭୁ
ସ୍ନେହ ପ୍ରେମ ସୁଧା ବାରି,
ଅଜ୍ଞାନ ତିମିର ହରଣ କରହେ
ଜ୍ଞାନଞ୍ଜନ ଦାନ କରି।
ହେ ଗଜ ବଦନ ବିଘ୍ନ ବିନାଶକ
ଏତିକି ମାଗୁଣି ମୋର,
କରୋନା ଭୁତାଣୁ ଗ୍ରାସିଛି ଜଗତେ
ଏ ଶଙ୍କଟୁ ପାରି କର।
ବିଦ୍ୟାର ମନ୍ଦିର ସର୍ବ ଦେବାଳୟ
ହୋଇଛି ଜନ ବିରଳ,
ଭୟେ ଥରହର ଏ ସାରା ସଂସାର
କନ୍ଦାଏ କର୍ମ ଜଞ୍ଜାଳ।
ଭାଦ୍ର ଚତୁର୍ଥୀର ପବିତ୍ର ମୁହୂର୍ତ୍ତେ
ରସାକୁ ଆସ ଓହ୍ଲାଇ,
ଅଛି କଟକଣା ହେବ ପୂଜା ମନା
କରୋନା ମାରେ ଗୋଡେଇ।
ଏ ବିପତ୍ତି କାଳେ ରଖ ଛତ୍ର ତଳେ
ସଙ୍କଟ କରି ହରଣ,
ଗଣନାଥ ତବ ପଦ ସରୋଜରେ
ବିନୟେ ପଶେ ଶରଣ।
ଅଲେଖ ମେହେର
ସୋହେଲା ବରଗଡ
ମୋ-୬୩୭୦୨୨୦୫୫୯


0 Comments