"ଚାନ୍ଦିନୀ ରାତିରେ ଜହ୍ନ ଉଇଁଗଲେ .......
ତୁମ କଥା ମନେ ପଡେ";
"ଅପେକ୍ଷା ତୁମର କଷ୍ଟ ଦିଏ ଯେବେ ........
ସ୍ମୃତି ତୁମ ମନେ ପଡେ"।।
"କ୍ଷଣ ପରେ କ୍ଷଣ ଘଡି ପରେ ଘଡି .........
ଗଲାଣି ବରଷେ ମାସ";
"ତଥାପି କେଜାଣି ତୁମ ଫେରିବାର .......
ମନେ ଅଛି ଅଭିଳାଷ"।।
"ପ୍ରଥମ ଦେଖାରେ କରିଥିଲ ଯାଦୁ .........
ଯାହାକୁ ମୁଁ ଭୁଲିନାହିଁ";
"ଆଜି ଯେବେ ଭାବେ ସେଇ ସ୍ମୃତିକୁ ମୋ .......
ସମୟ ଶତ୍ରୁ ସାଜଇ"।।
"ଆଉ କାହା ସାଥେ ଖୁସିରେ ରହିଛ .......
ବୋଧେ ମୋ ପ୍ରେମକୁ ଭୁଲି";
"କେମିତି ସହିବି ମୋ ଭାଗ୍ୟର ଖୁସି .........
ମୋ ଭାଗେ ନାହିଁ ବୋଲି"।।
"ଭଲପାଇଥିଲି ହୃଦୟ ମୋ ଦେଇ ..........
ତୁମକୁ ନିଜର ଭାବି";
"କେଉଁ ଭୁଲ୍ ପାଇଁ ହେଲ ସ୍ବାର୍ଥପର .........
ଭୁଲି ମୋର ପ୍ରତିଛବି"।।
"ଋତୁଟିଏ ପରି ବଦଳି ଯେ ଗଲ .........
ଥରୁଟେ ନ ଚାହିଁ ମତେ";
"ଭଲପାଇବାର ପ୍ରତିରୂପେ କାହିଁ ..........
ଛଳନା କଲ ମୋ ସାଥେ"।।
"ଭଲ ଅଭିନୟ କରୁଥିଲ ସାଥୀ ...........
ମିଠା ମିଠା କଥା କହି";
"ପାଣି ଛିଞ୍ଚି ଦେଇ ଚେର କାଟିଦେଲ .......
ମରିଗଲି ଆଜି ମୁହିଁ"।।
"ଆଖିରେ ଆଖିଏ ଲୁହ ଆଜି ମୋର ........
ମନରେ ହଜାରେ କୋହ";
"ପ୍ରତାରଣା ତୁମ ହୃଦୟ ମୋ ଭାଙ୍ଗି ........
କରିଛି ମତେ ଅଥୟ"।।
"ଧନ୍ୟବାଦ ଦେବି ତୁମକୁ ହେ ସାଥି .........
ମୋର ଦୋଷ ତ୍ରୁଟି ପାଇଁ";
"ଭାଗ୍ୟବତୀ ହୁଅ ତୁମ ସଂସାରରେ .......
ହସ ଖୁସି ମୋର ନେଇ"।।
"ସତ କହିଛନ୍ତି ଜ୍ଞାନୀ ଗୁଣି ଲୋକ ........
ପ୍ରେମଯେ କରନା କେହି";
"ବସନ୍ତର ଋତୁ ଫିକା ଫିକା ଲାଗେ .......
ଯେବେ ଯାଏ ପ୍ରେମ ହୋଇ"।।
"ଜାଣିଥିଲି ଦିନେ ପ୍ରେମରେ ପଡିଲେ .......
ଲୁହରେ ଭିଜିବ ଆଖି";
"ପ୍ରମାଣର ରୂପ ଦେଖେ ଆଇନାରେ ........
ଅତୀତକୁ ସାକ୍ଷୀ ରଖି"।।
"ଏତିକି ଏବେ ମୁଁ ବୁଝିସାରିଲିଣି .......
ସମୟ ସ୍ରୋତରେ ହାରି";
"ଆଉ ଫେରିବନି ତୁମେ ମୋ ଜୀବନେ ........
ଯଦିବି ମୁଁ ଯାଏ ମରି"।।
"ତିଳ ତିଳ କରି ହାରୁଛି ଜୀବନେ ........
ସଖି ଖାଲି ତୁମ ପାଇଁ";
"ଯନ୍ତ୍ରଣା ଜୁଇରେ ହୃଦୟ କାନ୍ଦୁଛି .........
ଆଖି ଲୁହ ଓଠ ପିଇ"।।
"ସତରେ ଅପେକ୍ଷା ଭାରି କଷ୍ଟ ଦିଏ .........
ଜାଣି ଗଲି ଏଇ କଥା";
"ମହିମା ପ୍ରେମର ବୁଝିଗଲି ଏବେ ........
ଓଠ ପାଳେ ସତର୍କତା"।।
ସର୍ବେଶ୍ବର ସାହୁ
ଧାମନଗର-ଭଦ୍ରକ-ଓଡିଶା


0 Comments